
-
ନଗଦ ୪୦ ହଜାର ଟଙ୍କା, ୪ ମୋବାଇଲ୍ ଜବତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ରମ୍ଭା ନିକଟସ୍ଥ ଡିଆଁଡେଇଁ ଗ୍ରାମରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଂଚି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ତିନି ଅଭିଯୁକ୍ତ ହେଲେ ଡିଆଁଡେଇଁ ଗ୍ରାମର ଶ୍ରବଣ କୁମାର ଦାଶ, ପୃଥିରାଜ ଦଳାଇ ଏବଂ ଏଚ.ବୁରୁଡି ଗ୍ରାମର କାହ୍ନୁଚରଣ ନାହକ । ସେମାନଙ୍କ ଠାରୁ ପୋଲିସ ନଗଦ ୪୦ ହଜାର ଟଙ୍କା ଜବତ କରିବା ସହ ୪ଟି ମୋବାଇଲ୍ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଆଇପିଏଲ- ୨୦୨୨ ନେଇ ଯୁବପୀଢ଼ି ଉତ୍ସାହିତ ହେବା ସହ ଏହି ଖେଳକୁ ନେଇ ଅର୍ଥ ବାଜିରେ ଲଗାଉଛନ୍ତି । ଏବଂ ତନ୍ମଧ୍ୟରୁ ଅନେକ ସର୍ବସ୍ୱାନ୍ତ ହେଉଛନ୍ତି ।