
ମାଲକାନଗିରି,ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ମହାକୁମ୍ଭ ମହା ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ କ୍ରୀଡା ମହୋତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅର୍ଥଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର ଯୋଗଦେଇଥିଲେ। ଦୁଇ ଦିନ ଧରି ପୁରୁଷ ଓ ମହିଳା ବର୍ଗରେ ୧00 ମିଟର ଦୌଡ, ସଟ ଫୁଟ, ହାଇ ଜମ୍ପ, ଜାଭଲିନ ଥ୍ରୋ, ୨00 ମିଟର ଦୌଡ଼, ୪00 ମିଟର ଦୌଡ଼, ଲଙ୍ଗ ଜମ୍ପ, ମ୍ୟୁଜିକ ଚେୟାର କ୍ରୀଡାପ୍ରତିଯୋଗିତା ହୋଇଥିଲା। ଏହି କ୍ରୀଡା ଉତ୍ସବରେ ପୁରୁଷ ବର୍ଗରେ ଲିଙ୍ଗରାଜ ଦୋରା ଓ ମହିଳା ବର୍ଗରେ ଆରତୀ ମାଢି ଚମ୍ପିୟାନ ହୋଇଥିଲେ। ଏହି ଅବସରରେ ପ୍ରଥମ ଥର ମହାବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ଡ଼ଃ. ଗୋକୁଳାନନ୍ଦ ପାତ୍ର ନିଜ ମାତା ପିତାଙ୍କ ସ୍ମୃତି ଉଦ୍ୟେଶରେ ପୁରୁଷ ବର୍ଗ ପାଇଁ ଚନ୍ଦ୍ରଶେଖର ପ୍ରତିଭା ସମ୍ମାନ ଓ ମହିଳା ବର୍ଗ ପାଇଁ ଲଳିତା ଦେବୀ ପ୍ରତିଭା ସମ୍ମାନ ପ୍ରତିବର୍ଷ ପ୍ରଦାନ କରିବା ସହିତ ଉଭୟ ଚମ୍ପିୟାନ ପାଇଁ ୧ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ତାଙ୍ଗୁଲୁ, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଅଧିକାରୀ ହରିଶ ରୁପାଲ ଯୋଗଦେଇ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି କ୍ରୀଡା ମହୋତ୍ସବକୁ କ୍ରୀଡା ସଂଘର କର୍ମକର୍ତ୍ତା, କ୍ରୀଡା ଶିକ୍ଷକ ଅଭିମନ୍ୟୁ ଦଳବେହେରା, ଅଧ୍ୟାପିକ ପ୍ରେମରେଖା ଭତ୍ରା, ନମିତା ଦଣ୍ଡସେନା, ଅଧ୍ୟାପକ ଜିମୂତ ନାୟକ, ସୁଶାନ୍ତ ମାଝୀ ଓ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ହୋଇଥିଲା।