ଜୟପୁର – ୬୬ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଜୟପୁର ସମବାୟ ବିଭାଜନ ଆନୁକୁଲ୍ୟରେ ସ୍ଥାନୀୟ ଜୟପୁର ସହରର କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ ନୂତନ ଓଡ଼ିଶା ଓ ନୂତନ ଭାରତରେ ସମବାୟର ଭୂମିକା ବିଷୟରେ ଏକ ବକ୍ତୃତା ପ୍ରତିଯୋଗିତା ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ବକ୍ତୃତା ପ୍ରତିଯୋଗିତାରେ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସ୍ଥାନୀୟ ମଡର୍ଣ୍ଣ ଇଂରାଜି ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଅଶ୍ୱିନୀ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନବରଙ୍ଗପୁର ଷ୍ଟୁଆର୍ଟ ଗୁରୁକୂଳ କଲେଜର ଯୁକ୍ତ ୨ ଶ୍ରେଣୀର ଛାତ୍ରୀ ସ୍ମୃତି ମିଶ୍ର ଦ୍ୱିତିୟ ସ୍ଥାନ ଏବଂ ଜୟପୁର ମଡର୍ଣ୍ଣ ଇଂରାଜି ସ୍କୁଲ ନବମ ଶ୍ରେଣି ଛାତ୍ରୀ ତପସ୍ୱିନି ପଣ୍ଡା ତୃତିୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ପ୍ରତିଯୋଗୀଙ୍କ ନାମ ରାଜ୍ୟସ୍ତରିୟ ବକ୍ତୃତା ପ୍ରତିଯୋଗିତାକୁ ପ୍ରେରଣ କରାଯାଇ ସମସ୍ତ ପ୍ରତିଯୋଗିଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା । ଏହି ଶିର୍ଷକ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପ ନିବନ୍ଧକ ଜୟପୁର ସମବାୟ ସମିତି ସମୁହ ସି. ଏଚ ଭବାନି ପ୍ରସାଦ ପୌରହିତ୍ୟ କରିଥିବା ବେଳେ ମୁଖ୍ୟବକ୍ତା ରୁପେ ବିଶିଷ୍ଟ ସମବାୟବିତ୍ ରମାକାନ୍ତ ରାଉଳ, ମୁଖ୍ୟ ଅତିଥିରୁପେ ବ୍ୟାଙ୍କ ଅଧ୍ୟକ୍ଷା ଇନ୍ଦିରା ନନ୍ଦ ଉପସ୍ଥିତ ରହିଥିଲେ । କୋରାପୁଟ, ନବରଙ୍ଗୁପର ଏବଂ ମାଲକାନଗିରି ଜିଲାର ସମବାୟ ପ୍ରେମି, ସମବାୟବିତ ଏବଂ କର୍ମଚାରି ମାନେ ଏଥିରେ ଉପସ୍ଥିତ ରହି ସମବାୟର ଭୂମିକା ଉପରେ ଆଲୋକପାତ କରି ସମବାୟ ଉନ୍ନତି ଦିଗରେ ନିଜ ନିଜ ମତାମତ ଉପସ୍ଥାନ କରିଥିଲେ । ବିଶେଷଜ୍ଞ ଭାବେ ଉପସ୍ଥିତ ସୁରେଶ ଦାସ ଏବଂ ଯୁଗଳ କିଶୋର ମିଶ୍ର ଆଲୋଚନାଚକ୍ରର ନିସ୍କର୍ଷ ଉପସ୍ଥାପନ କରିବା ସହ ସମବାୟକୁ ଅଧିକ ରୁଦ୍ଧିମନ୍ତ କରିବା ନିମନ୍ତେ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମ ଗୁଡିକୁ ଶିଶିରକାନ୍ତ ଦାସ ଉପ ସହକାରି ନିବନ୍ଧକ ସଂଯୋଜନା କରିଥିବା ବେଳେ ମୁଖ୍ୟବକ୍ତା ଏବଂ ମୁଖ୍ୟ ଅତିଥି ଜିଲା ରାଜ୍ୟ ତଥା ଦେଶ ସ୍ତରରେ ସମବାୟ ଉନ୍ନତିରେ ସଚ୍ଚୋଟ ରୂପେ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରି ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶିଳ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।