
ଭୁବନେଶ୍ୱର, ପ୍ରବଳ ତାତିରେ ଅସ୍ତବ୍ୟସ୍ତ ଓଡିଶାବାସୀ । ମୁଣ୍ଡଫଟା ଖରା ଓ ଗୁଳୁଗୁଳି ଅସହ୍ୟ ହେଉଛି । ଦିନ ବେଳା ଘରୁ ବାହାରିବା କଷ୍ଟକର ହେଉଛି । ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତନ ହେବାର ନାହିଁ । ତେବେ ଦିନବେଳା ବାହାରକୁ ବାହାରୁଥିଲେ ସତର୍କତା ମୂଳକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ୯ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏହି ୯ଟି ଜିଲ୍ଲା ହେଲା ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ଦେବଗଡ, ଝାରସୁଗୁଡା, ମୟୁରଭଂଜ , ସମ୍ବଲପୁର , ସୁବର୍ଣ୍ଣପୁର ଓ ସୁନ୍ଦରଗଡ ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ଟି ଜିଲ୍ଲାରେ ରହିଛନ୍ତି ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଦେବଗଡ,ଝାରସୁଗୁଡ଼ା, ସମ୍ବଲପୁର, ବରଗଡ,ଅନୁଗୁଳ,ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ।