ଜୟପୁର – ଓଡିଶା ସେଲସ ରିପ୍ରେଜେଂଟିଭ ୟୁନିୟନ ଓସୁ ତରଫରୁ ଜୟପୁର ଜିଲା କମିଟିର ୨୨ ତମ ବାର୍ଷିକ ସମ୍ମିଳନି ସ୍ଥାନୀୟ ଶ୍ରମିକ କର୍ମଚାରି ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପତାକା ଉତୋଳନ ପରେ ସମ୍ମିଳନି ଆରମ୍ଭ ହୋଇଥିଲା । ଜିଲା ସଭାପତି ସତିସ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଡାକ୍ତର କେଦାର ନାଥ ଚୌଧୁରି ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଜିଲା ସମ୍ପାଦକ ରଞ୍ଜନ କୁମାର ମିଶ୍ର ବାର୍ଷିକ ବିବରଣି ପାଠ କରିଥିଲେ । ଏବଂ କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳାଇ ବାର୍ଷିକ ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । ଓସ୍ରୁ ରାଜ୍ୟ ସଂପାଦକ ନୃସିଂହ ପ୍ରସାଦ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମିକ ବିରୋଧି ନୀତିର ସମାଲୋଚନା କରିବା ସହ ସଂଗଠନ କିଭଳି ଔଷଧର ଦର, ପ୍ରସ୍ତୁତି ମୂଲ୍ୟ ନିର୍ଦ୍ଧାରଣ କରିବ, ଔଷଧ ଉପରେ ଜି.ଏସ.ଟି ନନେବା, ରାଷ୍ଟ୍ରାୟତ ଔଷଧ ଶିଳ୍ପର ପୁନଃ ଉଦ୍ଧାର କରିବାକୁ ଆନ୍ଦୋଳନ କରୁଛି ବୋଲି ବକ୍ତବ୍ୟ ଦେଇଥିଲେ । ଓସ୍ରୁର ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର ସମ୍ମିଳନୀରେ ଯୋଗଦେଇ ସଂଗଠନ ସଂପର୍କରେ କହିବା ସହ ଆଗାମୀ ଡିସେମ୍ବର ମାସରେ ହେବାକୁଥିବା ଓସ୍ରୁର ରାଜ୍ୟ ଜି.ସି.ଏମକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଭାତୃ ପ୍ରତିନିଧି ସଂଗଠନକୁ ପ୍ରମୋଦ କୁମାର ମହାନ୍ତି ଏବଂ ଯୁଧିଷ୍ଟିର ରାଉଳ ପ୍ରମୁଖ ସମ୍ମିଳନିରେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମ୍ମିଳନୀ ଶେଷରେ ନୂତନ କାର୍ଯ୍ୟକର୍ତା ନିର୍ବାଚିତ ହୋଇଥିଲେ । ଲକ୍ଷ୍ମଣ କୁମାର ମିଶ୍ର ତଥା ସତ୍ୟ ନାରାୟଣ ବରାଳ ସମ୍ମିଳନିକୁ ପରିଚାଳନା କରିଥିଲେ ।
ପରେ ଓସ୍ରୁର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ସତିଶ କୁମାର ପଟ୍ଟନାୟକ, ଉପ ସଭାପତି ରଞ୍ଜନ କୁମାର ମିଶ୍ର, ସମ୍ପାଦକ ଲକ୍ଷ୍ମଣ କୁମାର ମିଶ୍ର, କୋଷାଧ୍ୟକ୍ଷ ସାନ୍ତନୁ କୁମାର ଦୋଳାଇ, କାଉନସିଲ ସବକମିଟି କନଭେନର ପ୍ରିନସ ଖିଲାଡି, କେ.ଶ୍ରିନିବାସ ରାଓ, ଭେଙ୍କଟଶ୍ୱର ପାତ୍ର, ସଚିତ୍ର ମହାନ୍ତି, ବିଷ୍ଣୁ କୁମାର ପଟ୍ଟନାୟକ, ସମିର କୁମାର ରଥ, ପ୍ରଭାତ କୁମାର ଖଣ୍ଡାଇ, ରଞ୍ଜିତ କୁମାର ସାହୁ, ପୁଣ୍ଣ ଚନ୍ଦ୍ର ମହାରଣା, ଚି ରଞ୍ଜନ ସାହୁ, ଝାଡେଶ୍ୱର ପଣ୍ଡା, ଜଗନ ଚୌଧୁରି, ରାଜ୍ୟ ସମ୍ପାଦକ ସାଧାରଣ କାଉନସିଲ୍ ମେମ୍ବର ସତ୍ୟ ନାରାୟଣ ବରାଳ ନିର୍ବାଚିତ ହୋଇଥିଲେ ।