ପୁରୀ – ଶ୍ରୀକ୍ଷେତ୍ର ହେବ ବିଶ୍ୱ ଏøତିହ୍ୟ ନଗରୀ । ବଡ଼ଦାଣ୍ଡ ସମେତ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି ରାସ୍ତା ଗୁଡ଼ିକ ଓସାରୀକରଣ କରାଯିବ । ମରଚିକୋଟ ଗଳିଦେଇ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ଷ୍ଟେସନକୁ ଯାଇଥାନ୍ତି । ମରଚିକୋଟ ଛକ ପ୍ରବେଶ ପଥରେ କଟା ଇଲେକ୍ଟ୍ରୀଖୁଂଟ ଓ ହାଇମାକ୍ସ ଲାଇଟ ଯୋଗୁ ରାସ୍ତା ସଂଙ୍କୁଚିତ ହୋଇଛି । ମଠ ପାଖରେ ଗୋଟିଏ ବିଦ୍ୟୁତ୍ ଟ୍ରାନ୍ସଫରମର ରାସ୍ତାକୁ ମାଡ଼ି ରହିଥିବାରୁ ସେଠାରେ ଅନେକ ସମୟରେ ଗାଡ଼ି ଜାମ୍ ହେଉଛି । ସେହିପରି ଲବଣୀଖିଆ ଛକରେ ଅନ୍ୟ ଏକ ଟ୍ରାନ୍ସଫରମର ରାସ୍ତା ଉପରେ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । ବିଦ୍ୟୁତ ବିଭାଗ ପକ୍ଷରୁ ରଥଯାତ୍ରା ସମୟରେ ଖୁଂଟ ଗୁଡ଼ିକ ସଜାଡ଼ୁଥିଲେ ମଧ୍ୟ ଏହି ଗଳିରେ ଥିବା ବିଦ୍ୟୁତ ଖୁଂଟ କୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଖୁଂଟରୁ ଅନେକ ଘରକୁ ବିଦ୍ୟୁତ ସଂଯୋଗ ଯାଇଥିବାରୁ ପୁଳା ପୁଳା ସର୍ଭିସ ତାର ଓହଳି ରହିଛି । ମାଙ୍କଡ଼ ଡ଼େଇଁବା ଯୋଗୁ ବେଳେ ବେଳେ ସର୍ଭିସ୍ ତାର ଛିଣ୍ଡି ତଳେ ପଡ଼ୁଛି । ମରଚିକୋଟ ଛକଠାରୁ ସରକାରୀ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଭୂତଳ କେବୁଲ ଦ୍ୱାରା ବିଦ୍ୟୁତ୍ ଯୋଗାଇବା ପାଇଁ ସାହିବାସିନ୍ଦା ମାନେ ଦାବି କରିଛନ୍ତି ।
Related Stories
November 24, 2024
November 24, 2024