
ଗଞ୍ଜାମ,ଶେରଗଡ ବ୍ଲକ ପିତ୍ତଳ ପଂଚାୟତର ନବନିର୍ବାଚିତ ସରପଂଚ ଆଇସିଡିଏସ ତଥା ଅଂଗନବାଡି କାର୍ଯ୍ଯକ୍ରମ ସଂପର୍କରେ କୌଣସି ଧାରଣା ତଥା ନୀତିନିୟମ ବିଷୟରେ ଅଜ୍ଞ ଥିବା ସତ୍ବେ ପିତଳର ଅଂଗନବାଡି କର୍ମୀଙ୍କ ବିରୁଦ୍ଧରେ ମିଥ୍ଯା ଆରୋପ କରି ଶେରଗଡ ସିଡିପିଓ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ।ଏହା ଜାଣିପାରି ଅଲ୍ଓଡିଶା ଅଂଗନବାଡି ଲେଡିଜ ୱାର୍କରସ୍ ଏସୋସିଏସନ ବ୍ଳକ ସଭାପତି ରଂଜିତା ରଥ, ଉପଦେଷ୍ଟା ପୁଷ୍ପାନ୍ଜଳି ପଣ୍ଡା, ନମିତା ବେହରା,ଏ.ସୁଜାତା, କାଦମ୍ବରୀ ନାୟକ, ମନିଷା ନାଏକ, ସୁଦେଷ୍ଣା ତ୍ରିପାଠି, ବାସନ୍ତୁ ସାହୁ, ବବିତା ପାତ୍ର ଓ ସଂଧ୍ଧାରାଣୀ ଦାଶଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଶେରଗଡ ସିଡିପିଓ, ବ୍ଲକ ଚେୟାରମ୍ୟାନ୍ ଓ ବିଡିଓଙ୍କୁ ସାକ୍ଷାତ କରି ଏହାର ପ୍ରତିବାଦ କରିଛନ୍ତି। ସରପଞ୍ଚ ଓ ପଂଚାୟତ ସଂପାଦକଙ୍କ ଏତାଦୃଶ୍ଯ କାର୍ଯ୍ଯକୁ ସିଡିପିଓ, ଚେୟାରମ୍ୟାନ୍ ଓ ବିଡିଓ ନାପସନ୍ଦ କରିଥିବା ଜଣାପଡିଛି।