ଜୟପୁର, ଜୟପୁର ବିକ୍ରମ ଦେବ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ବିଏସଏଫ କୋରାପୁଟ ତରଫରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନି ସହ ଡଗ ସୋ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜାଦି କା ଅମ୍ରିତ ମହୋତ୍ସବର ଅବସରରେ ବିଏସଏଫ ତରଫରୁ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାଯ୍ୟକ୍ରମରେ ବିଏସଏଫ କୋରାପୁଟର ଡିଆଇଜି ମଦନ ଲାଲ, ୧୫୧ ବିଏସଏଫ ବାଲାଲିୟନର କମାଣ୍ଡେଣ୍ଟ ଅଜୟ କୁମାର,୧ ପ୍ରଥମ ଓଡିଶା ଇନଫେଣ୍ଟରି କମ୍ପାନୀର କଣ୍ଣଲ ନବିନ ପରାସର, କଲେଜ ଅଧ୍ୟକ୍ଷ ଗୋପାଳ ହାଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଅସ୍ତ୍ର, ଶସ୍ତ୍ର ସହ ଦେଶର ସୁରକ୍ଷା ପାଇଁ ଆବଶ୍ୟକ ସ୍ଵତନ୍ତ୍ର ଉପକରଣ ଯନ୍ତ୍ରପାତିକୁ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଏସଏଫର ବିଭିନ୍ନ ଅସ୍ତ୍ର ଯେପରିକି ଛୋଟ ଯୁଦ୍ଧ ହତିୟାର, ଆସଲଟ ରାଇଫଲ ଯେପରିକି ହେଣ୍ଡ ଗ୍ରେନଡ, ଅନଣ୍ଡର ବେରଲ ଗ୍ରେନେଡ ଲଞ୍ଚର, ମୋଟରସ, ଲାଇଟ ମେସିନ ଗନସ, ମିଡିୟମ ମେସିନ ଗନସ, ହେଣ୍ଡ ହେଲଡ ମେଟଲ ଡିଟେକଟର, ଥର୍ମାଲ ଇମାଜିଙ୍ଗ ଡିଭାଇସ, ଲାଇଟ ଭିଜନ ଇକ୍ୟୁପମେଣ୍ଟ ପ୍ରଦର୍ଶନ କରାଯାଇଥିଲା । ଏହା ଛଡା କଲେଜ ପରିସରରେ ଡଗ ସୋ ଆୟୋଜନ କରାଯାଇଥିଲା । ୫ଟି କୁକୁର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଛାତ୍ର ଛାତ୍ରୀ ମାନେ ବିଏସଏଫ ଜବାନ ମାନେ କିପରି ଦେଶକୁ ସୁରକ୍ଷା କରୁଛନ୍ତି ଏଥି ସହ କୁକୁର ମାନଙ୍କୁ କିପରି ସିକ୍ୟୁରିଟି ଫୋର୍ସ ହିସାବରେ ତାଲିମ ଦିଆଯାଇଛି ତାହା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା । ଡିଆଇଜି ମଦନ ଲାଲ ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ସୁରକ୍ଷା ପାଇଁ କିପରି ନୂତନ ଅସ୍ତ୍ର ଶସ୍ତ୍ର ନୂତନ ଜ୍ଞାନ କୌଶଳ ସହ ବାହାରିଛି ଏବଂ ଏହା ଦେଶର ସୁରକ୍ଷା ପାଇଁ କିପରି ବ୍ୟବହୃତ ହେଉଛି ତାହା ସଚେତନ କରିଥିଲେ । ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନି ଓ ଡଗ ସୋ ଦ୍ଵାରା ଆଗାମୀ ପିଢି ଯେପରି ବିଏସଏଫକୁ ନିଜର କେରିୟର ରୂପେ ଗଢି ତୋଳିବେ ସେ ନେଇ ବୁଝାଇଥିଲେ । ଏହି କାଯ୍ୟକ୍ରମ ଦେଖି ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ହୋଇଥିଲେ । ଦିନ ଥିଲା ସାରା ରାଜ୍ୟରେ ଯଦି ମାଓଗଡ କଥା ଉଠେ ତାହା ହେଲେ ଅବିଭକ୍ତ କୋରାପୁଟ ଜିଲାର ନାମ ଚହଳ ସୃଷ୍ଟି କରୁଥିଲା । କିନ୍ତୁ, ବିଗତ ଦିନର ଚିତ୍ର ଏବଂ ଆଜିର ଚିତ୍ର୍ ଭିନ୍ନ । କିଛି ବର୍ଷ ପରେ କେନ୍ଦ୍ର ସରକାରଙ୍କ ଦ୍ଵାରା ସୀମା ସୁରକ୍ଷା ବଳକୁ କୋରାପୁଟ ଜିଲାରେ ନିୟୋଜିତ କରାଗଲା ତା ପରେ ବର୍ତମାନ କୋରାପୁଟ ଜିଲାକୁ ଆଉ ମାଓ ଗଡ ନୁହେଁ ମାଓ ମୁକ୍ତ ଗଡ ଭାବେ ଗଣିତ କରାଯାଇଛି । ଜୟପୁର କଲେଜରେ ଆୟୋଜିତ କାଯ୍ୟପରେ ଯେଉଠି ଯୁବ ପିଢୀଙ୍କୁ ନିଜ ଦେଶର ସୁରକ୍ଷା ଏବଂ ସୀମାରେ ଯୋଗ ଦେବା ପାଇଁ ଆକୃଷ୍ଟ କରିବା ପାଇଁ ଅତ୍ୟାଧୁନିକ ଗୁଳିଗୋଳାକୁ ନେଇ ପ୍ରଦର୍ଶନ ହୋଇଥିଲା । ଯବାନଙ୍କ ଏଭଳି ପ୍ରଦର୍ଶନକୁ ଛାତ୍ର ଛାତ୍ରୀ ସ୍ଵାଗତ କରିଛନ୍ତି । ଏହି ବିଏସଏଫ ମଧ୍ୟ ଅନ୍ୟ କେତେକ କାର୍ଯ ଯେପରି ସିଭିକ ଆକ୍ସନ ପ୍ରୋଗ୍ରାମ, ସ୍ଵାସ୍ଥ୍ୟ ଶିବିର, ସଚେତନତା କାଯ୍ୟକ୍ରମ, ଖେଳ କୁଦ, ଯୁବ ପିଢିକୁ ଖେଳ ସାମଗ୍ରୀ ଯୋଗାଇଦେବା ଆଦି କାଯ୍ୟ କରୁଛି।
Related Stories
November 23, 2024
November 23, 2024
November 23, 2024