ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲାପାଳ ଚଞ୍ଚଲ୍ ରାଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମଇ ମାସ ୧୬ ତାରିଖରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇ , ୧୦୦ ଟି ପ୍ୟାକସ, ୬ ଗୋଟି ମହିଳା ସ୍ଵୟଂସେବକ ଗୋଷ୍ଠୀ ସମୁଦାୟ ୧୦୬ ଗୋଟି ଧାନ କ୍ରୟ କେନ୍ଦ୍ର ଧାନ କ୍ରୟ କରିବେ। ରବି ଧାନ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥା କରାଯିବ। ଧାନ କ୍ରୟ କେନ୍ଦ୍ରରେ ସପ୍ତାହରେ ୬ ଦିନ ସକାଳ ୭ ଟା ରୁ ଦିନ ୧୧ ଟା ଏବଂ ଅପରାହ୍ନ ୪ ରୁ ସନ୍ଧ୍ୟା ୬ ଟା ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ରବି ଧାନ ପାଇଁ ଜିଲ୍ଲାରେ ୭୧୭୨ ଚାଷୀ ପଞ୍ଜୀକରଣ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ରେଡ ୧ ଧାନ ପାଇଁ କ୍ବିଣ୍ଟାଲ ପ୍ରତି ୧୯୬୦ ଟଙ୍କା ଧାର୍ଯ୍ୟ ସାଧାରଣ ଧାନର ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଓ ପ୍ରାକ୍ ମୌସୁମୀକୁ ଦୃଷ୍ଟିରେ ରଖି ଧାନକ୍ରୟ କେନ୍ଦ୍ର ଗୁଡିକରେ ବିଜୁଳି, ଟାରପୋଲିଂ, ଚାଷିଙ୍କ ପାଇଁ ଆଶ୍ରୟ ସ୍ଥଳ ପ୍ରତି ବିଶେଷ ଗୁରୁତ୍ଵ ଦେବାସହ ଚାଷୀ ଯେପରି ସୁବିଧା ଓ ସହଜରେ ସ୍ଵଚ୍ଛତା ସହ ଧାନ ବିକ୍ରି କରିବେ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରବି ଧାନ କ୍ରୟ ପ୍ରକ୍ରିୟା ରେ ସମସ୍ତ ସୂଚନା ଯେପରି ଚାଷୀମାନେ ପାଇପାରିବେ ଏହାକୁ ଶୃଙ୍ଖଳିତ କରିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ବଲାଙ୍ଗିର ବିଧାୟକ ପ୍ରତିନିଧି, ଲୋଇସିଙ୍ଗା ବିଧାୟକ ପ୍ରତିନିଧି, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଧର ଧରୁଆ, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି, ଚାଷୀ ପ୍ରତିନିଧି ଜତି ପଧାନ, ସୌମେନ୍ଦ୍ର ପରିଛା, ଯୋଗାଣ ବିଭାଗ, କୃଷି ବିଭାଗ, ଜଳସେଚନ ବିଭାଗ, ସମବାୟ ବିଭାଗ, ଖାଦ୍ୟ ନିଗମ, ନିୟନ୍ତ୍ରିତ ବଜାର କମିଟୀ, ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲୀ ଜିଲ୍ଲାରେ ରବି ଧାନ କ୍ରୟ ପାଇଁ ପ୍ରାଥମିକ ସୂଚନା ଦେଇଥିଲା ବେଳେ ଶେଷରେ ଅତିରିକ୍ତ ଜିଲାପାଳ ଲାଗୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 22, 2024