ଭୁବନେଶ୍ୱର,ଗିରଫ ହେଲେ ଭୁବନେଶ୍ୱର କଳାରାହାଙ୍ଗ ପଂଚାୟତର ଜିଆରଏସ୍ ବାବୁଲି ଚରଣ ପଢ଼ିଆରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାବୁଲିଙ୍କୁ ଗିରଫ କରିଛି ଭିଜିଲାନ୍ସ ।ଗତକାଲି ଭିଜିଲାନ୍ସ ବିଭାଗର ଚଢ଼ଉ ବେଳେ ଜିଆରଏସ୍ ଶ୍ରୀ ପଢ଼ିହାରୀଙ୍କ ୫୯ଟି ପ୍ଲଟ ଠାବ ହୋଇଥିଲା । ଏଥିରୁ ଭୁବନେଶ୍ୱରରେ ୫୮ଟି ପ୍ଲଟ ଥିବା ବେଳେ କଟକରେ ଗୋଟିଏ ରହିଛି । ଏହା ବ୍ୟତୀତ ନନ୍ଦନକାନନ ନିକଟ ରଘୁନାଥପୁରରେ ତାଙ୍କର ଏକ ତିନି ମହଲା କୋଠା ରହିଛି, ଯାହାର ମୂଲ୍ୟ ୧ କୋଟି ୨୪ ଲକ୍ଷ ଟଙ୍କା ହେବ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ତିନି ଜଣ ଡ଼ିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଗତକାଲି ଜିଆରଏସ୍ ବାବୁଲି ପଢ଼ିଆରୀଙ୍କ ୬ଟି ଠିକଣାରେ ଚଢ଼ଉ କରିଥିଲେ ।
Related Stories
November 23, 2024
November 23, 2024
November 23, 2024