
ପୁରୀ ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପୀଠ ପରିସରରେ “ଆମେ ଶ୍ରୀକ୍ଷେତ୍ର ବାସୀ” ଅନୁଷ୍ଠାନ ପକ୍ଷରୁ ସାହିଜାତ ର ପରମ୍ପରା ଓ ତାର ପ୍ରତୀକ ନିଶାଣ କୁ ନେଇ ମଞ୍ଚାସିନ, ଶ୍ରୀକ୍ଷେତ୍ର ପାଇକ ଆଖଡ଼ା ଓସ୍ତାଦ ଗୁରୁ ଶ୍ରୀ ଶ୍ରୀଧର ସାମନ୍ତରାୟ କହିଥିଲେ, ନିଶାଣ ହେଉଛି ଐତିହ୍ୟ ର ଚିହ୍ନ। ନିଷ୍ଠା, ବିରତ୍ଵ ଓ ତ୍ୟାଗ ର ପରିଚୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ ତଥା ଶ୍ରୀକ୍ଷେତ୍ର ପ୍ରତି ଜାଗା ଆଖଡ଼ା ର ରହିଥିବା ଅତୁଳନୀୟ ଅବଦାନର ଗାଥା ବାଖାଣୁଚି ନୀସାଣ। ନିସାଣ ହେଉଛି ଆଖଡ଼ା ର ଗର୍ବ ଓ ଗୌରବର ପ୍ରତୀକ। ସାହିଯାତ ର ମେଢ଼ ଆଗରେ ସର୍ବ ପ୍ରଥମେ ନିସାଣ କୁ ବ୍ୟବହାର କରାଯାଇଥାଏ।
ଏହି ପରମ୍ପରା ସଂସ୍କୃତି ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ କୁନି କଳାକାର ଅର୍ପିତା ପ୍ରିୟଦର୍ଶିନୀ ଏବଂ ବାଲିସାହି ର ଅଭୟ କୁମାର ଦାସଙ୍କୁ ଚଳିତ ବର୍ଷ ସାହିଯାତ ରେ ଉତ୍କର୍ଷ କଳା ପ୍ରଦର୍ଶନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥିସହ ସାହିଯାତ ର ସଂସ୍କୃତି ଓ ପରମ୍ପରା କୁ ନିଜ କ୍ୟାମେରା ରେ ଫୋଟୋ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମ ଜରିଆରେ ସର୍ବଶ୍ରି ସୁବ୍ରତ ସାହୁ, ଶୁଭ ସଂକଳ୍ପ ରଥ ଓ ରୋହିତ କୁମାର ଦୋରା ପ୍ରଚାର ପ୍ରସାର ଦିଗରେ ଗୁରୁ ଦାଇତ୍ୱ ବହନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ସୁକାନ୍ତ ପଣ୍ଡା,ବ୍ରଜକିଶୋର ସାହୁ, ଦୀପକ ପଣ୍ଡା ଓ ସତ୍ୟନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।