ପୁରୀ – ପବିତ୍ର ବଡ଼ଦାଣ୍ଡରେ ଏବେ ଦେଖିବାକୁ ମିଳୁଛି ଧାର୍ମିକ ବାତାବରଣ । ସକାଳୁ ସଂଧ୍ୟାପର୍ଯ୍ୟନ୍ତ ସଂକୀର୍ତନ ଦଳ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନାଚି ନାଚି ନାମ କୀର୍ତନ କରି ଯାଉଥିବା ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସଂକାର୍ତନ ଦଳ ଶ୍ରୀକ୍ଷେତ୍ରକୁ ଆସି ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ମହୋଦଧିରେ ପ୍ରଭୁଙ୍କ ନାମ ସଂକୀର୍ତନ କରୁଛନ୍ତି । କେତେକ ଗେରୁଆ ବସ୍ତ୍ର ପିନ୍ଧି ଭାବରେ ମଜିଯାଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଭଜନ ସମାରୋହ, ପ୍ରବଚନ, ପଂଚୁକ ମହୋତ୍ସବ, ଶରଧାବାଲି ଭଜନ ସମାରୋହ, ଜଣାଣ, ତ୍ରିନାଥ ମେଳା, ରାମାୟଣ, ସୁନ୍ଦରାକାଣ୍ଡ ଓ ସାଧୁସନ୍ଥମାନେ ଭଜନ କୀର୍ତନ କରୁଛନ୍ତି । କେତେକ ହବିଷ୍ୟାଳି ଦଳ ସମୁଦ୍ରକୂଳେ ସଂକୀର୍ତନ କରୁଥିବା ଦେଖିବାକୁ ମିଳିଛି । ସେହିପରି କେତେକ ମଠ ପକ୍ଷରୁ ପାଲା ଓ ଦାସକାଠିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପଂଚୁକରେ ସବୁଠାରୁ ମୁଖ୍ୟ ଆକର୍ଷଣ ଶ୍ରୀକ୍ଷେତ୍ର କଳା ପ୍ରକାଶିକା ଦ୍ୱାରା ଆୟୋଜିତ ବୈକୁଣ୍ଠ ଚତୁର୍ଦ୍ଦଶୀ ଭଜନ ସମାରୋହ । ଯାହାକି, ଓଡ଼ିଶାର ପ୍ରଥମ ଭଜନ ସମାରୋହ ଭାବେ ମାନ୍ୟତା ପାଇଥିବା କୁହାଯାଉଛି ।
Related Stories
November 24, 2024
November 24, 2024