ଭୁବନେଶ୍ବର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର କଳାରାହାଙ୍ଗ ପଂଚାୟତର ଜିଆରଏସ ବାବୁଲି ଚରଣ ପଢିହାରୀଙ୍କ ବିଭିନ୍ନ ଠିକଣା ଉପରେ ସୋମବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ତିନି ଜଣ ଡିଏସପି, 10 ଜଣ ଇନସିପେକ୍ଟର ଓ ଅନ୍ୟ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ଅଛନ୍ତି । ମୋଟ 6ଟି ସ୍ଥାନରେ ଚଢାଉ ଚାଲିଥିବା ନେଇ ସୂଚନା ରହିଛି ।