କନ୍ଧମାଳ – ଓଡିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ କନ୍ଧମାଳ ଏକ ଆଦିବାସୀ ବହୁଳ ପଛୁଆ ଜିଲ୍ଲାଭାବେ ପରିଗଣିତ । ୮୦ ଭାଗ ଲୋକ ଏଠାରେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଦାରିଦ୍ର୍ୟତା ହେତୁ ପୁଷ୍ଟିକର ଖାଦ୍ୟ ପାଇବା ସମ୍ଭବପର ହେଉନାହିଁ । ତେଣୁ ଜିଲ୍ଲାର ଅଧିକାଂଶ ଗରିବ ଲୋକ ବହୁ ସମୟରେ ସ୍ୱାସ୍ଥ୍ୟସେବା ଆବଶ୍ୟକ କରନ୍ତି । ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକ ଭିତିଭୂମି ଓ ବିଶେଷଜ୍ଞ ଡାକ୍ତର ପଦବୀ ବର୍ଷ ବର୍ଷ ଧରି ପୂରଣ ହେଉନଥିବାରୁ ସ୍ୱାସ୍ଥ୍ୟ ସେବା ଏଠାରେ ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ରୋଗୀ ମାନଙ୍କୁ ବ୍ରହ୍ମପୁର, କଟର, ବୁର୍ଲାଭଲି ମେଡିକାଲ୍ କଲେଜ୍କୁ ନେଇ ଚିକିତ୍ସା କରିବା ବ୍ୟୟବହୁଳ ହୋଇପଡୁଛି । ଇତି ମଧ୍ୟରେ କେନ୍ଦ୍ର ସରକାର ଘୋଷଣା କରିଥିବା ୭୫ ଗୋଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ମଧ୍ୟରୁ ଗୋଟିଏ କନ୍ଧମାଳ ଜିଲ୍ଲାରେ ପ୍ରତିଷ୍ଠା କରିବାକୁ ମିଳିତ ନାଗରିକ କମିଟି, କନ୍ଧମାଳ ପକ୍ଷରୁ ଦାବୀ କରାଯାଇଛି । ଜିଲ୍ଲାର ସମସ୍ତ ସଚେତନ ନାଗରିକ ଓ ସମସ୍ତ ସଂଗଠନ ଯଥା ବାର୍ ଆସୋସିଏସନ୍, ପ୍ରେସ୍ କ୍ଲବ୍, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମହିଳା ସଂଘ, ଟ୍ରକ, ଅଟୋ ଏବଂ ବସ୍ ଚାଳକ ସଂଘ ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ନାଗରିକ ଓ କର୍ମଚାରୀ ସଂଗ୍ରାମ ସମିତି ସହ ସମସ୍ତ ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଏହି ଆନ୍ଦୋଳନରେ ଯୋଗଦାନ କରି କନ୍ଧମାଳରେ ଏକ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ସମସ୍ତଙ୍କୁ ଗତ କାଲି ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରରେ ଅନୁରୋଧ କରାଯାଇଛି । ପ୍ରତି ବ୍ଲକ୍ରେ ବ୍ଲକ୍ସ୍ତରୀୟ କମିଟି ଏବଂ ଆଞ୍ଚଳିକ ସ୍ତରରେ ବାଲିଗୁଡା ଓ ଉଦୟଗିରି ଠାରେ ଆଞ୍ଚଳିକ କମିଟି ଏବଂ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ପ୍ରତିକ ପ୍ରତିବାଦ ସଭା, ପୋଷ୍ଟର ପାମ୍ପଲେଟ୍ ମାଧ୍ୟମରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସାମାଲ୍ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କୁ ଏହି ସମ୍ପର୍କରେ ଏକ ସ୍ମାରକ ପତ୍ର ମାଧ୍ୟମରେ କନ୍ଧମାଳର ଯଥା ଯଥ ଦାବୀକୁ ଗ୍ରହଣ କରି ୭ଦିନ ମଧ୍ୟରେ ଏକ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ଘୋଷଣା ନକଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍ଲାଇବାକୁ ବିଭିନ୍ନ ନାଗରିକ କମିଟିର ପ୍ରତିନିଧିମାନେ ନିଷ୍ପତି ଗ୍ରହଣ କରିଛନ୍ତି ।
Related Stories
November 22, 2024