-
ବିଦ୍ୟୁତ ଯୋଗାଣ ସ୍ଥିତି ନେଇ କଲେ ସମୀକ୍ଷା
ଭୁବନେଶ୍ୱର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୋମବାର ଦିନ ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଆଜି ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ବେଳେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଯେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ କରାଯିବାକୁ ସେ ନିର୍ଦେଶ ଦେଇଛନ୍ତି । | ଖରା ବଢୁଥିବାବେଳେ ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବିଛିନ୍ନ ବିଦ୍ୟୁତ ଯୋଗାଣ କରିବାକୁ ସେ କହିଛନ୍ତି ।
ଏହି ବୈଠକରେ ବିଭାଗୀୟ ସଚିବ ନିକୁଂଜ ବିହାରୀ ଧଳ ଉପସ୍ଥିତ ଥିଲେ । ବୈଠକରେ ଗ୍ରୀ଼ଡକୋ, ଓପିଟିସିଏଲ, ଓଏଚପିସି, ଓପିଜିସିର ପ୍ରତିନିଧି ମାନେ ବୈଠକରେ ଭାଗ ନେଇଥିଲେ ।