-
ଡିନ୍ ଙ୍କୁ ଭେଟିଲେ ଆକ୍ସନ କମିଟିର କର୍ମକର୍ତା,
-
ଆଲୋଚନା ବିଫଳ
ବଲାଙ୍ଗିର,ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି କଲେଜର ଡିନ୍ ତଥା ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ବଲାଙ୍ଗିର ଆକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମକର୍ତା । ସେମାନେ ଆଜି ପୂର୍ବାହ୍ନରେ ଡିନ୍ ଙ୍କୁ ସାକ୍ଷାତ କରିବା ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା କାଳରେ ଡିନ୍ ମୃତ ଛାତ୍ରଙ୍କୁ କୌଣସି ପ୍ରକାର ର୍ୟାଗିଂ କରାଯାଇନଥିବା ବିଷୟ ପୁଣି ଦୋହରାଇଥିଲେ । ଆଲୋଚନା ବିଫଳ ହେବାରୁ ଆଜି କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ଦିଆଯାଇଛି । ପ୍ରଶାସନର ଅବ୍ୟବସ୍ଥା ଲାଗି ଡିନ୍ ଓ ହଷ୍ଟେଲ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଛନ୍ତି ।
ଏହି ଆଲୋଚନା ସମୟରେ ସେଠାରେ ଭବାନୀ ଶତପଥୀ, ଡା, ସୁଜ୍ଞାନ ମିଶ୍ର, ଡା. ମଞ୍ଜୁଶ୍ରୀ ପଣ୍ଡା, ଡା. ମନୋରମା ମହାପାତ୍ର,ବଲାଙ୍ଗିର ସିଟିଜେନ କମିଟିର ସଭାପତି ବେଲାରସିଂହ ଭୋଇ, ସମାଜସେବୀ ସାଗରିକା ଗୁରୁ, ବିନୋଦ କାଲସାଏ, ଆଡଭୋକେଟ ପ୍ରମୋଦ କୁମାର ତ୍ରିପାଠୀ, ଆକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।