
ନୟାଗଡ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତଙ୍କ ସରକାରୀ ବାସଭବନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ ପକ୍ଷରୁ ଚଢ଼ଉ ହୋଇଛି । ସେ ସରକାରୀ କ୍ଵାର୍ଟରରେ ୩୦୦ ଟଙ୍କା ଲେଖାଏଁ ଫି ନେଇ ରୋଗୀ ଦେଖୁଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଡାକ୍ତରଙ୍କ ଦୁଇ ସହଯୋଗୀଙ୍କୁ ଅଟକ ରଖିଛି ମେଡ଼ିକାଲ ଫାଣ୍ଡି ପୋଲିସ ।