-
ପ୍ରଶାସନ ଝାରସୁଗୁଡ଼ାରେ ଲାଗୁ କଲା ୧୪୪ ଧାରା ଲାଗୁ
ଝାରସୁଗୁଡ଼ା, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ମାମଲାରେ ରବିବାର ଦିନ ବିଜେପି ଓ ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉତ୍ପନ୍ନ ହୋଇଛି । ମାମଲାରେ ଗଣ୍ଡଗୋଳ ହେବାର ଆଶଙ୍କା କରି ପ୍ରଶାସନ ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଜାରି କରିଥିବା ଜଣା ପଡିଛି ।
ଉଲ୍ଲେଖନୀୟ ଯେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଥାନା ଘେରାଉ ଆନ୍ଦୋଳନର ଚେତାବନୀ ଦିଆଯାଇଥିଲା । ଏପଟେ ମୃତକ ଲଳିତ ସାହୁଙ୍କ ବାପା ବେଲାର୍ସନ ସାହୁ ମଧ୍ୟ ବିଜେପି ବିରୁଦ୍ଧରେ ଅଭିଯୋଗ କରିଥିଲେ । ତେଣୁ ସେହି ଅଭିଯୋଗ ଆଧାରରେ ବିଜେପି ନେତାଙ୍କ ଉପରେ କାର୍ଯାନୁଷ୍ଠାନ ଦାବି କରାଯାଇଥିଲା । ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଝାରସୁଗୁଡ଼ା ସଚେତନ ନାଗରିକ ମଂଚ ଓ ଅନ୍ୟ ସଂଗଠନ ପକ୍ଷରୁ ଆନ୍ଦୋଳନ ଦାବି କରିଥିଲେ । ଉଭୟ ପକ୍ଷର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏବଂ ଆଇନ୍ଶୃଙ୍ଖଳାକୁ ଦେଖି ଜିଲ୍ଲା ପୁଲିସ ପୁଲିସ ପ୍ରଶାସନ ଆଜି ସକାଳୁ ୧୪୪ ଧାରା ଲାଗୁ କରିଛି ।