ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ରବିବାର ଦିନ ଟ୍ୱିଟ କରି କହିଛନ୍ତି ଯେ – ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସର ଅନେକ ଶୁଭକାମନା । ପଂଚାୟତ ଗୁଡିକ ଭାରତୀୟ ଗଣତନ୍ତ୍ରର ଆଧାର ସ୍ତମ୍ଭ ଯାହା ମଜବୁତ ହେବାରେ ହିଁ ନୂଆ ଭାରତର ସମୃଦ୍ଧି ନିହିତ ରହିଛି । ଆସନ୍ତୁ ଆତ୍ମ ନିର୍ଭର ଭାରତ ନିର୍ମାଣ କରିବାକୁ ନିଜର ପଂଚାୟତ ଗୁଡିକୁ ଅଧିକ ଶକ୍ତିଶାଳୀ କରିବାକୁ ସଂକଳ୍ପ ନେବା ।
Related Stories
November 23, 2024