
ବଲାଙ୍ଗୀର ,ଦିବ୍ୟ ଜୀବନ ସଂଘ ବଲାଙ୍ଗୀର ପକ୍ଷରୁ ଟିଟିଲାଗଡ଼ ରୋଡ ସ୍ଥିତ ସଡକ ପରିବହନ କାର୍ଯ୍ୟାଳୟ ଛକ ଓ ଗୋରୁ ବଜାର୍ ରାସ୍ତରେ ଦହି ପାଣି ସର୍ବତ୍ ପଥଚାରୀ ମାନଙ୍କ ପାଇଁ ସକାଳ ୮ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଆଜି ରବିବାର ଦିନ ତାରିଖ ୨୪ ଏପ୍ରିଲ ୨୦୨୨ ରୁ ୬ ସପ୍ତାହ ପର୍ଯ୍ୟନ୍ତ ବଣ୍ଟନ ଆରମ୍ଭ ହୋଇଛି। ସଂଘର ଉପଦେଷ୍ଟା ଡା ମଧୁସୂଦନ ପତି, ଗୋପାଳ ନାୟକ ସଭାପତି ରବି ଚନ୍ଦ୍ର ଉଦ୍ଗାତା, ସାଧାରଣ ସମ୍ପାଦକ ରଘୁନାଥ ବାବୁ, କାନନ ପଟନାୟକ, ଶିବାନନ୍ଦ ଦାସ, ରାଧା ବଲ୍ଲବ ପରିଛା, ଯୁବରାଜ ବରୁଆ, ସହଦେବ ମଲ୍ଲିକ, ଗୋପବନ୍ଧୁ ଶତପଥୀ,ଯୋଗେନ୍ଦ୍ର ଚନ୍ଦନ, ପ୍ରଶାନ୍ତ ପଟ୍ଟନାଏକ, ଯଦୁ ପଧାନ ପ୍ରମୂଖ ଶିବାନନ୍ଦ ଭକ୍ତ ପ୍ରଥମ ଦିନରେ ଯୋଗଦେଇ ଜଳ ବଣ୍ଟନ କରିଥିଲେ। ଏହି ଜଳଦାନ କାର୍ଯ୍ୟକ୍ରମ ର ସଫଳତା ପାଇଁ ସ୍ୱେଚ୍ଛାକୃତ ଭାବରେ ସଭ୍ୟ ସଭ୍ୟା ମନେ ଅର୍ଥ ଓ ଶ୍ରମଦାନ କରି ଏହାର ସଫଳତା ଦିଗରେ ଲାଗୁଛନ୍ତି।