ବଲାଙ୍ଗୀର,ବଲାଙ୍ଗୀର ଜିଲ୍ଲାର ସର୍ବପୁରାତନ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ଯୋଗିନୀପିଠ ପାଇଁ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ଏବେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ପୀଠର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଚଳିତ ବର୍ଷ ଜାନୁଆରୀ ୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଲାଇ ସ୍ଥିତି ଅନୁଧ୍ୟାନ କରିବାସହ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଏବଂ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେହି ଆଧାରରେ ଗତକାଲି ଓଡିଶା ପର୍ଯ୍ୟଟନ ବିଭାଗର ଏକ ତିନିଜଣିଆ ଆରକିଟେକ ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟ ଦଳର ପ୍ରାଣ ମୁଖାର୍ଜୀ, ଅନିର୍ବାଣ ମୁଖାର୍ଜୀ ଏବଂ ଗୁପ୍ତା ଏଣ୍ଡ ଆସୋସିଏଟ ଭୋପାଳ ରୁ ଦତ୍ତାତ୍ରେୟ ଦାସ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଲାଇ ଙ୍କ ସହ ରାଣୀପୁର ଝରିଆଲ ପହଞ୍ଚିଥିଲେ। ଏଥିପାଇଁ ବଙ୍ଗୋମୁଣ୍ଡା ବ୍ଲକ ବିଡିଓ ରିପୁନାଥ ସୁନା , ବ୍ଲକ ସହକାରୀ ଯନ୍ତ୍ରୀ ନରେଶ ପ୍ରସାଦ ସିହ୍ନା ପ୍ରମୁଖ ପୀଠର ସମସ୍ତ ଜାଗା ବୁଲି ଦେଖିଥିଲେ ଏବଂ ମନ୍ଦିର କମିଟି ସହ ଆଲୋଚନା କରି ଆସୁଥିବା ଦର୍ଶନାଭିଲାଷୀ, ପର୍ଯ୍ୟଟକ ମାନଙ୍କ ପାଇଁ ଆଗକୁ କଣକଣ କରାଗଲେ ଠିକ ହେବ ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ରାଣୀପୁର ଝରିଆଲ ମନ୍ଦିର ସମୁହ ଆର୍କିଓଲୋଜି ଅଫ ଇଣ୍ଡିଆ ବିଭାଗ ଅଧିନକୁ ଯାଇ ଥିବାରୁ ଓଡିଶା ପର୍ଯ୍ୟଟନ ବିଭାଗ ଅଧିନରେ ଥିବା ଜମି ଉପରେ ହିଁ ଭିତ୍ତିଭୂମି ଉନ୍ନୟନ କରିବା ପାଇଁ ଜାନୁଆରୀ ୪ ତାରିଖ ଆଲୋଚନା ରେ ସମାଜସେବୀ ଅନିଲ କୁମାର ତ୍ରିପାଠୀ ମତ ପ୍ରକାଶ କରିଥିଲେ । ସେହି ଆଧାରରେ ୨୦ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାମ ଚାଳୁ କରାଯିବା ପାଇଁ ସମସ୍ତ ପ୍ରକାର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶିଘ୍ର କାମ ଆରମ୍ଭ ହୋଇଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଥିଲେ। ଗୁରୁତ୍ବପୂର୍ଣ୍ଣ କଥାହେଲା ୨୦୧୯ ଜାନୁଆରୀ ୧୫ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସିଥିବା ସମୟରେ ପଶ୍ଚିମ ଓଡିଶାର ଐତିହ୍ଯ କିର୍ତ୍ତିରାଜି ମାନଙ୍କ ସହ ରାଣୀପୁର ଝରିଆଲ ର ଗୌରବମୟ ଐତିହ୍ଯର ନବିକରଣ ଏବଂ ସଂରକ୍ଷଣ ପାଇଁ ଶୁଭ ଉଦଘାଟନ କରିଥିଲେ । ସେହି ଦିନ ଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ ୩ ବର୍ଷ ୩ ମାସ ବିତି ଯାଇଥିଲେ ହେଁ ନବିକରଣ ଓ ସଂରକ୍ଷଣ କହିଲେ କେବଳ ସୋମେଶ୍ବର ମହାଦେବ ମନ୍ଦିରରେ କେମିକାଲ ପ୍ରଲେପ, ବିନା ବିଦ୍ୟୁତ ସଂଯୋଗରେ ହୋଇଥିବା ଛୋଟ ଛୋଟ ଲାଇଟ ଖମ୍ବ , ପଥର ନିର୍ମିତ ଚାରୋଟି ଚେୟାର ଓ କିଛି ଲେଖା ହୋଇନଥିବା ଏକ ନାମ ଫଳକ ଛଡା ଆଉ କିଛି ବିକାଶ ପହଞ୍ଚି ପାରିନାହିଁ । ଏପଟେ ସିନ୍ଧେକେଲା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ମନ୍ତ୍ରୀ ସୁଶାନ୍ତ ସିଂହ ରାଜ୍ଯ ସରକାରଙ୍କ ଫୋକସରେ ରାଣୀପୁର ଝରିଆଲ ଥିବା ଗଣମାଧ୍ୟମକୁ କହିଥିଲେ। ପରେ ୨୨ ସେପ୍ଟେମ୍ବର ୨୦୨୧ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ସମୟରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ମଞ୍ଚ ଉପରେ ନିଜର ଅଭିଭାଷଣ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ତେବେ ବିଳମ୍ବରେ ହେଲେ ମଧ୍ଯ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବେ ତତ୍ପରତା ଦେଖାଇଛି। କିନ୍ତୁ ଏଠି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ବାଟ ଓଗାଲିଛି କେନ୍ଦ୍ର ସରକାରଙ୍କ ଆରକୋଲୋଜି ବିଭାଗ। କାହିଁକି ନା ଆର୍କୋଲୋଜି ବିଭାଗ ମନ୍ଦିର ସମୁହ କିର୍ତ୍ତିରାଜିକୁ ନିଜ ଅଧୀନରେ ଥିବା କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ଯନ୍ତ ଡିମାରକେସନ କରୁନଥିବା ଯୋଗୁଁ ଆର୍କୋଲୋଜି ବିଭାଗ କୋଉଠି କାମ କରିବ ଓ ପର୍ଯ୍ୟଟନ
ବିଭାଗ କୋଉଠି କାମ କରିବ ତାହା ବର୍ତ୍ତମାନ ମନ୍ଦିର କମିଟି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ହେଲେ ପର୍ଯ୍ୟଟନ ବିଭାଗ ହାତରେ ଥିବା କିଛି ହେକ୍ଟର ଜମିରେ ଏବେ କାମ ଚାଳୁ ହେବ । ଡିମାରକେସନ ଶିଘ୍ର କରାଯିବ ଏବଂ ଜମି ଚିହ୍ନଟ ସହ ପାଚେରୀ ନିର୍ମାଣ କରାଯିବ ବୋଲି ଆର୍କୋଲୋଜି ଜେଇ ସୁଶାନ୍ତ ଗୋଚ୍ଛାୟତ ଫୋନରେ କହିଛନ୍ତି।ଏହି ସମୟରେ ମନ୍ଦିର କମିଟିର ସଭାପତି ମାଣିକ ଚନ୍ଦ ଜୈନ, ସମାଜ ସେବୀ ଅନିଲ କୁମାର ତ୍ରିପାଠୀ, ସନ୍ୟାସୀ ଭୋଇ, ମଞ୍ଜେସ ମେହେର, ଗୋପୀନାଥ ସାହୁ , ରାଣୀପୁର ଝରିଆଲ ସରପଞ୍ଚ ରିଙ୍କୁ ଗହୀର , ବଲାଙ୍ଗୀର ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ, ଯୁବନେତା ଯୁବରାଜ ବାଗ, ନିତ୍ୟା ପୃଷେଠ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନା କରିଥିଲେ