ମାଲକାନଗିରି – ଜାପାନୀ ଏନୋଫିଲିସ, ସ୍ୱାଇନଫ୍ଲୁ ଭୟଙ୍କର ରୋଗ ପରେ ବର୍ତ୍ତମାନ ଏକ ଅଜଣା ରୋଗରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗେଲ ପଞ୍ଚାୟତ ତାମାନପଲ୍ଲୀ ଗ୍ରାମର ଶିଶୁ ଆକ୍ରାନ୍ତ ହୋଇଛନ୍ତି l ଏହି ରୋଗରେ ଅାକ୍ରାନ୍ତ ଛଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି l ଆକ୍ରାନ୍ତ ସାତ ଜଣ ଶିଶୁଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି l ସ୍ଥାନାନ୍ତରିତ କରାଯାଇଥିବା ଶିଶୁ ମାନଙ୍କ ନାମ – ଉର୍ମିଳା ମାଡି, କୁଞ୍ଜ ଚନ୍ଦ୍ରା, କାର୍ତ୍ତିକ ମାଡକାମୀ, ସୁଖୀ ମାଡି, ଭିମା ମାଡି, ଆରନାଭ, ବାବୁଶାନ ମାଡି ।
ଏପର୍ଯ୍ୟନ୍ତ ଏହା କି ରୋଗ ଜଣାପଡି ନାହିଁ, କିନ୍ତୁ ରୋଗୀକୁ ପ୍ରଥମେ ବାନ୍ତି, ଜ୍ବର, ଥଣ୍ଡା, ହଜମ ହେଉ ନଥିବା ଏହିଭଳି ବିଭିନ୍ନ ସମସ୍ୟା ଦେଖା ଦେଉଥିଲା l ସୂଚନା ଅନୁଯାଇ ଦୁଇ ତିନ ଦିନ ପରେ ପରେ ଗୋଟେଏ ଗୋଟିଏ ଶିଶୁ ମୃତ୍ୟୁ ବରଣ କରିଥିଲେ l ଏହି ରୋଗ କ୍ରମଶଃ ତାମାନପଲ୍ଲୀରେ ବ୍ୟପୀବାରେ ଲାଗିଛି l ଫଳରେ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି । ଏକ ଡାକ୍ତରି ଦଳ ସେହି ଗ୍ରାମରେ ଥିବା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଅାବଶ୍ୟକ ଔଷଧ ଯୋଗାଇ ଦେଉଛନ୍ତି ।