
ମୁମ୍ବାଇ, ରବିବାର ଦିନ ମୁମ୍ବାଇରେ ମାଷ୍ଟର ଦୀନାନାଥ ମଂଗେସକର ମେମୋରିଆଲ ଫାଉଣ୍ଡେସନ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ଲତା ମଙ୍ଗେଶକର ପୁରସ୍କାରରେ ସମ୍ମାନିତ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବ ନିର୍ମାଣ ସେନା ସଭାପତି ରାଜ ଠାକରେ ମଧ୍ୟ ଉପସ୍ଥିତ ରହିବେ ।
ଦୀନାନାଥ ମଙ୍ଗେଶକର ପ୍ରତିଷ୍ଠାନ, ପୁଣେ ୩୨ ବର୍ଷ ପୂର୍ବେ ମଙ୍ଗେଶକର ପରିବାର ଦ୍ୱାରା ପ୍ରତିଷ୍ଠିତ ଏକ ପଂଜୀକୃତ ଜନସାଧାରଣ ଦାନକାରୀ ଟ୍ରଷ୍ଟ । ସଂଗୀତ, ନାଟକ, କଳା, ଡାକ୍ତରୀ ବୃତିଗତ ତଥା ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଏହି ଫାଉଣ୍ଡେସନ ଭେଟେରାନ ମାନଙ୍କୁ ସମ୍ମାନିତ କରେ । ଚଳିତ ବର୍ଷର ପୁରସ୍କାର ବିତରଣ ଉତ୍ସବ ରବିବାର ଦିନ ମୁମ୍ବାଇର ଶ୍ରୀଷଣମୁଖାନନ୍ଦ ହଲରେ ଅନୁଷ୍ଠିତ ହେବ । ୨୪ ଏପ୍ରିଲ ହେଉଛି ଦୀନନାଥ ମଙ୍ଗେଶକରଙ୍କ ସ୍ମୃତି ଦିବସ ଏବଂ ତାଙ୍କ ସମ୍ମାନାର୍ଥେ ଏହି ପୁରସ୍କାରର ଆୟୋଜନ କରାଯାଇଛି ।