
କନ୍ଧମାଳ, ଫୁଲବାଣୀ ସହରର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ପରିସର ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର (ଏନଓ୍ବାଇକେ) ଫୁଲବାଣୀ ତରଫରୁ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସ୍ଵାସ୍ଥ୍ୟ ଓ ଶିକ୍ଷା ବିଭାଗ ଅଧିକାରୀ ଡ. ଅନନ୍ତ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ତିରନ୍ଦାଜୀ ପ୍ରଶିକ୍ଷକ ଆଶାରାମ ହାଁସଦା, ଆଇନଜିବୀ ମନୋଜ କୁମାର ପଟ୍ଟନାୟକ, କମ୍ପୁଟର ଶିକ୍ଷକ ଅମ୍ବିକା ପ୍ରସାଦ ପ୍ରହରାଜ ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକର ବହୁ ସଂଖ୍ୟାରେ ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏହି ଦିବସରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ରତ୍ନାକର ପାଲଟା ସିଂ, ଦ୍ଵିତୀୟ ସରୋବ ସିଂ ଏବଂ ତୃତୀୟ ଚିଣ୍ଟୁ ନାୟକ ହୋଇଥିଲେ। ବିଜୟୀ ପ୍ରତିଯୋଗୀ ମାନଂକୁ ଟ୍ରଫି, ପ୍ରମାଣ ପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଦିବସର ମୂଖ୍ଯ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ଅବଗତ କରିଥିଲେ। ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥିଲେ। ଶେଷରେ ସ୍ଵେଚ୍ଛାସେବୀ ସୋନାଲି ଡିଗାଲ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି, ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।