
ଗଞ୍ଜାମ, ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଗତକାଲି ରାତିରେ ଏକ ବସ୍ ଯୋଗେ ୫୦ ଜଣ ଯାତ୍ରୀ ଫେରୁଥିବା ବେଳେ ଜାତୀୟ ରାଜପଥର ରମ୍ଭା ପେଟ୍ରୋଲ ପମ୍ପ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଫଳରେ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ରମ୍ଭା ପୋଲିସ ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଏମାନେ ପୁରୀରୁ ତାମିଲନାଡୁ ଫେରୁଥିବା ବେଳେ ବସ୍ ଟି ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।