
-
ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ
ସୁନ୍ଦରଗଡ଼, ସୁନ୍ଦରଗଡ଼ର ଦର୍ଲିପାଲି ସ୍ଥିତ ଏନଟିପିସି ପାୱାର ଷ୍ଟେସନରେ ହଠାତ୍ ସମସ୍ୟା ଦେଖାଦେଇଛି । ଫଳରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତେବେ ଏଥିଯୋଗୁଁ ଲୋଡ୍ ରେଗୁଲେସନକୁ ଏଡାଇ ହେବନାହିଁ । ଅନ୍ୟପକ୍ଷରେ ପାୱାର ଷ୍ଟେସନରେ ଆବଶ୍ୟକ ପରିମାଣର ବିଦ୍ୟୁତ ଶକ୍ତି ଉପଲବ୍ଧ ନାହିଁ । ଯାହାକୁ ନେଇ ଏବେ ଶକ୍ତି ସଂକଟ ଦେଖିବାକୁ ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଏନଟିପିସି ଦର୍ଲିପାଲି ପାୱାର ଷ୍ଟେସନରେ ପ୍ରତ୍ୟେହ ୮୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରୁ ଓଡ଼ିଶାକୁ ୪୦୦ ମେଗାୱାଟ ମିଳିଥାଏ ।