
କନ୍ଧମାଳ, ଫୁଲବାଣୀ ସହରର ଯୁବ ଏଥିକାଲ ନମସ୍ତେ ସାଇବର ହ୍ଯାକର ସୌମ୍ୟରଞ୍ଜନ ସାହୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ସାଇବର କ୍ରାଇମ୍ ବାବଦରେ ବିଭିନ୍ନ ଜାଣିବା ତଥ୍ଯ ପ୍ରଦାନ କରୁଛନ୍ତି। ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ କିଛିଦିନ ହେଲା ସାଇବର ହ୍ଯାକର ମାନଙ୍କ ଶୀକାର ହୋଇ ଜାଣତରେ ଓ ଅଜାଣତରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ଲୁଟର ଶୀକାର ହେଲେଣି। ଏହାର ପ୍ରତିକାର ପାଇଁ ଲୋକଙ୍କୁ ଏ ବାବଦରେ ସଚେତନ କରାଇବା ପାଇଁ ସୌମ୍ୟରଞ୍ଜନ ନିଜେ “ହ୍ଯାକ୍ ଟେକ୍ ଇମ୍ଫୋ” ନାମରେ ଏକ କମ୍ପାନୀ ଆରମ୍ଭ କରି ଜିଲ୍ଲାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆରମ୍ଭ କରିଛନ୍ତି। ଫୁଲବାଣୀର କେନ୍ଦ୍ରୀୟ ବିଦ୍ୟାଳୟ ଓ ପବ୍ଲିକ୍ ସ୍କୁଲରେ ଦେଢ ଘଣ୍ଟିଆ ସଚେତନତା କାର୍ଯ୍ୟକ୍ରମ ଜରିଆରେ। ଆଜିକାଲି ପିଲା ମାନେ ଅନଲାଇନରେ ପାଠ ପଢ଼ିବାବେଳେ କିଭଳି ଭାବେ ସାଇବର ହ୍ଯାକିଙ୍ଗ ର ଶୀକାର ହେଉଛନ୍ତି। ଏପରିକି ହ୍ଯାକର ମାନେ ଓଟିପି ନ ଜାଣି କେବଳ ମୋବାଇଲ୍ ନମ୍ବର ଜରିଆରେ ହ୍ଯାକିଙ୍ଗ କରୁଛନ୍ତି ସେହି ବାବଦରେ ସଚେତନ କରୁଛନ୍ତି ସୌମ୍ୟରଞ୍ଜନ। ଆଗକୁ ଫୁଲବାଣୀର ଅନ୍ୟ ବିଦ୍ୟାଳୟରେ ମଧ୍ୟ ସେ ପିଲା ମାନଙ୍କୁ ସାଇବର ହ୍ଯାକିଙ୍ଗ ବାବଦରେ ଟିଭି ଜରିଆରେ ସଚେତନ କରାଇବେ ବୋଲି କହିଛନ୍ତି।