
କନ୍ଧମାଳ, ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଶନିବାର ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ ଖଣ୍ଡ ଶାଳ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହିତ ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ହୋଇଥିବା ଶାଳ କାଠ ଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ହଜାରରୁ ଉର୍ଧ ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଛି। ୨ ଜଣ ଗିରଫ ଅଭିଯୁକ୍ତ ପାଙ୍ଗା ଲି ଗ୍ରାମର ସାମସନ ପ୍ରଧାନ ଓ ନରେନ୍ଦ୍ର ପ୍ରଧାନ ଉହାମାହା ଜଙ୍ଗଲରୁ ବିରାଗାଡ଼ା ଗ୍ରାମକୁ ଟ୍ରାକ୍ଟର ଯୋଗେ କାଠ ଚାଲାଣ ବେଳେ ଧରିଲା ବନ ବିଭାଗ। ଦାରିଙ୍ଗବାଡ଼ି ଫରେଷ୍ଟର ପ୍ରଶନ୍ନ ପାତ୍ରଙ୍କ ସମେତ ଫାୟାର ସ୍କ୍ବାର୍ଡ ଏହାକୁ ଜବତ କରିବାରେ ସଫଳ ହୋଇଥିଲେ । ଜବତ ହୋଇଥିବା ଟ୍ରାକ୍ଟର ଟିର ନମ୍ବର (ଓଡି ୧୨ ୧୨୨୮) ଏନେଇ ବନ ବିଭାଗର କେଶ ନମ୍ବର ୨/୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବନ ବିଭାଗ ତରଫରୁ କୁହାଯାଇଛି।