ସୁନ୍ଦରଗଡ଼, ବରଯାତ୍ରୀ ନେଇ ଫେରୁଥିବା ଏକ ଘରୋଇ ବସ୍ କୁ ପ୍ରଶାସନ ପକ୍ଷରୁ ୩ ଲକ୍ଷ ୭୦ ହଜାର ଜରିମାନା କରାଯାଇଛି । ବସ୍ ଟି ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଫେରୁଥିବା ବେଳେ ସଦର ଥାନା ଅନ୍ତର୍ଗତ କରମଡିହି ନିକଟରେ ଚେକିଂ ବେଳେ ଫାଇନ୍ କରାଯାଇଥିଲା । ବସ୍ ର ରୁଟ୍ ପରମିଟ୍, ଲାଇସେନ୍ସ, ପଲ୍ୟୁସନ କ୍ଲିଅରାନ୍ସ ନଥିବାରୁ ଜରିମାନା କରାଯାଇଛି । ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ୩ ଲକ୍ଷ ୪୨ ହଜାର ଟଙ୍କା ଫାଇନ୍ କରାଯାଇଛି । ବସ୍ କୁ ଅଟକ ରଖାଯାଇଛି । ପ୍ରକାଶ ଥାଉ କି, ଏଥି ପୂର୍ବରୁ କୋରାପୁଟରେ ଫିଟନେସ୍ ଯାଂଚ୍ ବେଳେ ଏକ ଘରୋଇ ସ୍କୁଲ ବସ୍ କୁ ୪ ଲକ୍ଷ ଜରିମାନା କରାଯାଇଥିଲା ।
Related Stories
November 22, 2024