ମାଲକାନଗିରି, ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ବଡିଗେଟା ପଞ୍ଚାୟତ ଗ୍ରାମ ଖେଳ ପଡିଆଠାରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶୁଭାସିନୀ ସୋଡ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହି ସ୍ଵାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଏଥିସହ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ଜିଲା ପରିଷଦ ସଭ୍ୟା ମମତା ପଡିଆମି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି, ସିଡିପିଓ ଅର୍ଣ୍ଣପୂର୍ଣ୍ଣା ବୁରୁଦା, ବଡିଗେଟା ସରପଞ୍ଚ ଲିଲି ସୋଡ଼ୀ, ପୂର୍ବତନ ଜିଲା ପରିଷଦ ସହଦେବ ମାଟମ, ଇରମା କବାସୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ଲୋକପ୍ରତିନିଧୂ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ୭୦୦ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଛି । ପ୍ରାୟ ୫୦ ଲୋକଙ୍କର ଡିଜିଟାଲ୍ ସ୍ବାସ୍ଥ୍ୟ କାର୍ଡ ଅନଲାଇନ୍ ଦ୍ଵାରା ପଞ୍ଜୀକରଣ କରାଯାଇଛି । ଓଆରଏସ, ରକ୍ତ ପରୀକ୍ଷା, ଆୟୁର୍ବେଦିକ ଚିକିତ୍ସା, ସ୍ବାସ୍ଥ୍ୟ ସଂକ୍ରାନ୍ତ ପରାମର୍ଶକେନ୍ଦ୍ର ଅନୁଷ୍ଠିତ ହୋଇଥିଲା । କାଲିମେଳା ଚିକିତ୍ସାଧିକାରୀ ଡା . ଏମ୍ ଅବିଦ୍ ହୁସେନ୍ ଖାନଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ସ୍ଵାସ୍ଥ୍ୟ କେନ୍ଦ୍ରରେ ବିପିଏମ ବିକାଶ କୁମାର ମିଶ୍ର, କୋଷାଧ୍ୟକ୍ଷ ସ୍ନିଗ୍ଧାରାଣୀ ପଣ୍ଡା, ସୁକାନ୍ତ ସାହୁ, ପ୍ରଦୀପ ଗୌଡ, ମଦନ ମୋହନ ପାଢୀ, ସୌଷ୍ଠବ ମହାପାତ୍ରଙ୍କ ସମେତ ୨୦ ଜଣ ଆଶା, ୨୦ ଜଣ ମହିଳା ସ୍ଵାସ୍ଥ୍ୟ କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।