ଭୁବନେଶ୍ୱର – ବର୍ତମାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରେ କୌ÷÷ଣସି ପରିବର୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସର ବରିÂ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂହ ।
ନୂଆଦିଲ୍ଲୀ ଠାରେ ସେ ସାମ୍ବାଦିକ ମାନଙ୍କୁ ଏ ସମ୍ପର୍କରେ କହିଛନ୍ତି ଯେ ବର୍ତମାନ ପିସିିସି ସଭାପତି ପରିବର୍ତନ ହେବ ନାହିଁ । ସେ ପାର୍ଟୀିର ନେତା ମାନଙ୍କୁ ବୟାନବାଜୀ ନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କୌଣସି ନେତାଙ୍କର କୌଣସି ପ୍ରକାରର ଆପତି ବା ଅଭିଯୋଗ ଅଛି ତେବେ ସେମାନେ ଗଣମାଧ୍ୟମରେ ବକ୍ତବ୍ୟ ଦେବା ପରିବର୍ତେ ତାଙ୍କ ନିକଟରେ କହି ପାରନ୍ତି । ତେବେ ଦଳ ବିରୁଦ୍ଧରେ ବୟାନବାଜୀ କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ନିଆ ଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।