ମାଲକାନଗିରି, କେନ୍ଦ୍ର ରେଳ , ଯୋଗାଯୋଗ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ମାଲକାନଗିରି ଗସ୍ତ କରି ଜିଲା ଡାକଘରର ଶୁଭ ଉଦ୍ଘାଟନ କରିଛନ୍ତି । ପରେ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରେଳ ଓ ଡାକ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି , ପୂର୍ବତନ ସାଂସଦ ବଳଭଦ୍ର ମାଝି , ଓ ଜିଲ୍ଲା ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ!