-
କାନପୁର ଜଳସେଚନ ପ୍ରକଳ୍ପ ଓ ଅନ୍ୟ କାମର କଲେ ସମୀକ୍ଷା
ଭୁବନେଶ୍ୱର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କେନ୍ଦୁଝର ଯାଇ ସେଠାରେ କାନପୁର ଜଳ ସେଚନ ପ୍ରକଳ୍ପ କାମର ସମୀକ୍ଷା କରିବା ସହ ଅନ୍ୟ ପ୍ରକଳ୍ପ ଗୁ଼ଡିକର ସମୀକ୍ଷା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଚିମିଳାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେମାନେ ସେଠାରୁ ସଡ଼କ ପଥରେ କେନ୍ଦୁଝର ଯୋଡ଼ା ବ୍ଲକ ବାସୁଦେବପୁର ନିକଟ ନିର୍ମାଣାଧୀନ କାନପୁର ଡ୍ୟାମ୍ ଅଞ୍ଚଳକୁ ଯାଇ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ ।