ଭୁବନେଶ୍ୱର , ଯଦି ସ୍କୁଲ ପିଲାଙ୍କୁ ଥଣ୍ଡା ଜ୍ଵରର ଲକ୍ଷଣ ରହୁଛି ତେବେ ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସଲେସନରେ ରଖନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସେ ଏହି ପରାମର୍ଶ ଦେଇଛନ୍ତି ।
ସାମ୍ବାଦିକ ମାନଙ୍କ କଥାବାର୍ତା ବେଳେ ସେ କହିଛନ୍ତି ଯେ ଯଦି ଆମେ ଜାଣି ଜାଣି ଟେଷ୍ଟ ନ କରିବା, ତେବେ ବିପଦକୁ ଡାକିବା ସହ ସମାନ । ଥଣ୍ଡା ଜ୍ୱର ଅର୍ଥ କେବଳ କରୋନା ନୁହେଁ । ଅନ୍ୟ ଭାଇରଲ ଇଂଫେକ୍ସନ ବି ଥଣ୍ଡା ଜ୍ୱର କରାଇଥାଏ । ତେଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।