
ଗଞ୍ଜାମ, ପୁରୀରୁ ଲୁଚି ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ ଜିଆରପି ପୋଲିସ ଗତକାଲି ଅପରାହ୍ନରେ ଉଦ୍ଧାର କରି ପଚରା ଉଚୁରା କରିବା ପରେ ତାର ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ ବୋଲି ଜାଣିବାକୁ ପାଇଥିଲେ । ଛାତ୍ରୀ ଜଣକ ବୟସ ଆନୁମାନିକ ୨୦ ବର୍ଷ । ପୋଲିସ ପରିବାର ସହ ଯୋଗାଯୋଗ କରି ଆଜି ତାଙ୍କ ପରିବାର ଲୋକଙ୍କୁ ଝିଅକୁ ହସ୍ତାନ୍ତର କରିଛନ୍ତି ।