ଭୁବନେଶ୍ୱର – ରାଜ୍ୟ ସରକାରଙ୍କର ୫ଟିକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଥରେ ଟାର୍ଟେଟ କରିଛନ୍ତି । ସେ କହିଛନ୍ତି ଯେ ୫ଟି ନାମରେ ଯାହା ହେଉଛି ତାହା ହେଉଛି ବିସଙ୍ଗତି ।
ସମ୍ବଲପୁର ଗସ୍ତରେ ଆସିଥିବା ଅପରାଜିତା ଷଡଙ୍ଗୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ ବରିÂ ଅଧିକାରୀଙ୍କ ଗସ୍ତ ବେଳେ କନିÂ ଅଧକ୍ରାରୀ ମାନେ ତାଙ୍କର ସହାୟତା କରିବା କଥା, ହେଲେ ବରିÂ ଅଧିକାରୀମାନେ କନିÂ ଅଧକ୍ରାରୀଙ୍କ ସହାୟତା ପାଇଁ ଯିବା ଏକ ପ୍ରାଶାସନିକ ବିସଙ୍ଗତି । ତେଣୁ ପ୍ରଶାସନ ବ୍ୟବସ୍ଥାର ମଡେଲକୁ ପରିବର୍ତନ କରିବାକୁ ହେବ ବୋଲି ସେ କହିଛନ୍ତି ।
୫ଟି ଏକ ଅଭିନବ ପଦକ୍ଷେପ ନୁହେଁ ବୋଲି ପୁଣିଥରେ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପୂର୍ବ ମନ୍ତବ୍ୟକୁ ଦୋହରାଇଛନ୍ତି ।
ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ୫ଟି ଏକ ମ୍ୟାନେଜମେଂଟ ପ୍ରିନ୍ସିପଲ୍ । ସବୁ ମ୍ୟାନେଜମେଂଟ ଇନ୍ଷ୍ଟିଚ୍ୟୁସନରେ ଏ ବିଷୟରେ ଶିକ୍ଷା ଦିଆଯାଉଛି । ଏହା କୌଣସି ଅଭିନବ ପଦକ୍ଷେପ ନୁହେଁ । କେବଳ ଦୁଇଟି ବିଭାଗ ନୁହେଁ, ସବୁ ବିଭାଗରେ ୫ଟି ରେ ଆସୁ । ମନିଟରିଂ ପାରାମିଟର୍ସ ବ୍ୟବସ୍ଥା ହେଉ । ଏହାକୁ ୩ ମାସ/୬ ମାସରେ ମନିଟରିଂ କରାଯାଉ । କିନ୍ତୁ ଗୋଟିଏ ଅଲଗା ପାୱାର୍ ସେ ର୍ ସୃଷ୍ଟି କରାଯାଇ ମନ୍ତ୍ରୀ ଓ ସଚିବଙ୍କୁ ଦୁର୍ବଳ କରିବା ଭୁଲ୍ କଥା । ଯୋଉଟା ଭଲ କାମ ହେବ ତାକୁ ସମର୍ଥନ କରିବି । ୫ଟି କାର୍ଯ୍ୟକ୍ରମରେ ତ୍ରୁଟି ଅଛି ।
ସେହିପରି ଡାକ୍ତରଖାନା ପରିଦର୍ଶନରେ ଆସି କର୍ମ·ରୀ ଓ ଡାକ୍ତରଙ୍କ ଉପରେ କାର୍ଯ୍ୟନୁÂାନ ନେବା ପ୍ରସଙ୍ଗରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି, “ସବୁ ଜିନିଷର ଏକ ତରିକା ଥାଏ । ସେମାନଙ୍କୁ ସମୟ ଦିଆଯାଉ ଓ ଓରିଏେଂଟସନ୍ କରାଯାଉ ।’