ଭୁବନେଶ୍ୱର, କଟକ ସଦର ପଚାଂୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ରାଉତଙ୍କର ଗତ କାଲି ଅକାଳ ବିୟୋଗ ହୋଇଛି । ତାଙ୍କ ବିୟୋଗରେ ପଚାଂୟତିରାଜ,ପାନୀୟଜଳ ,ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା ଏକ ଶୋକ ବାର୍ତାରେ କହିଛନ୍ତି ଯେ କଟକ ସଦର ପଚାଂୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ରାଉତଙ୍କର ଅକାଳ ବିୟୋଗ ଖବର ପାଇ ସେ ଅତ୍ୟନ୍ତ ମର୍ମାହତ । ସ୍ୱର୍ଗତା ଶ୍ରୀମତୀ ରାଉତ ଜଣେ ସୁ-ଗୃହିଣୀ , ସମାଜ ସେବୀ ଓ ଦରଦୀ ମହିଳା ଥିଲେ । ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲକରିବା ସହିତ ସେମାନଙ୍କ ସାମାଜିକ ଅର୍ôଥକ ବିକାଶ ଦିଗରେ ସହଯୋଗ ଜାରି ରଖିଥିଲେ । ଇଶ୍ୱର ତାଙ୍କ ପରିବାର ବର୍ଗଙ୍କୁ ଏହି ଦାରୁଣ ଦୁଃଖ ସହନ ପାଇଁ ଶକ୍ତି ପ୍ରଦାନ କରନ୍ତୁ ।
ମନ୍ତ୍ରୀ ଶ୍ରୀ ଜେନା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।’