
କଟକ/ଭୁବନେଶ୍ୱର, ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଶାଖା ରାଷ୍ଟ୍ରୀୟ ଟ୍ରାଇବାଲ ପରିଷଦର ସର୍ବଭାରତୀୟ ସାଧାରଣ ସମ୍ପାଦକ ରୂପେ ଯୁବ ସମାଜସେବୀ ଦୀପକ କୁମାର ମହାନ୍ତ ମନୋନୀତ ହୋଇଛନ୍ତି । ସଂପ୍ରତି ଅହମଦାବାଦଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷ ଡାକ୍ତର ପ୍ରବୀଣ ଭାଇ ତୋଗାଡ଼ିଆ ଶ୍ରୀ ମହାନ୍ତଙ୍କ ନାମ ଘୋଷଣା କରିଥିଲେ । ଦେଶବ୍ୟାପୀ ବନବାସୀମାନଙ୍କର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ କାର୍ଯ୍ୟ କରିବା ଲକ୍ଷ୍ୟରେ ରାଷ୍ଟ୍ରୀୟ ଟ୍ରାଇବାଲ ପରିଷଦ ନୂତନ ଭାବରେ ଗଠିତ ହୋଇଛି । ଶ୍ରୀ ମହାନ୍ତ ରେଭେନସା କଲେଜରୁ ସ୍ନାତକ ଶିକ୍ଷା ଶେଷ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତର ଉପାଧି ହାସଲ କରିଛନ୍ତି ।