
ଭୁବନେଶ୍ୱର , ରାଜ୍ୟରେ ବର୍ତମାନ କରୋନା ସ୍ଥିତି ଉଦବେଗ ଜନକ ନାହିଁ । ଏହା ସହିତ ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁରୁବାର ଦିନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ଆଗରୁ ମଧ୍ୟ ଦେଖା ଯାଇଛି ଯେ ପୂର୍ବର ଲହର ମାନଙ୍କରେ ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଓଡିଶାରେ ସଂକ୍ରମଣ ବଢେ । ତେଣୁ ଏଇ ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ଯେଉଁମାନେ ଟୀକା ନେଇ ନାହାନ୍ତି ତୁରନ୍ତ ନେଇଯାଆନ୍ତୁ । ଯଦି ସଂକ୍ରମଣ ବଢିବା ଆରମ୍ଭ କରେ, ତେବେ ଆମର ହସ୍ପିଟାଲ ବା ଟ୍ରିଟମେଣ୍ଟ ରଣନୀତି ବଦଳାଇବୁ ।
ସେ ଲୋକ ମାନଙ୍କୁ ଅପିଲ କରିଛନ୍ତି ଯେ ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହନ୍ତୁ । ଗହଳି ସ୍ଥାନକୁ ଗଲେ ମାକ୍ସ ନିହାତି ପିନ୍ଧନ୍ତୁ । କିଛି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି । ତେଣୁ ସଂକ୍ରମଣ ବଢିବା ସହ ଆର ଭ୍ୟାଲୁ ବି ବଢ଼ିବ ବୋଲି ସେ କହିଛନ୍ତି ।