-
ମଇ ୧୬ ରେ ମାମଲାର ପରବର୍ତି ଶୁଣାଣି
କଟକ,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ବେଆଇନ ଖନନ ଅଭିଯୋଗ ମାମଲାରେ ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟଙ୍କ ଠାରୁ ସମୟ ନେଇଛି ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । ରାଜ୍ୟ ସରକାର ଓ ଏଏସଆଇ ବିଶେଷଜ୍ଞ ଟିମ୍ ଦ୍ଵାରା ଘଟଣାସ୍ଥଳ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମିଳିତ ପରିଦର୍ଶନ କରି ଏନେଇ ତୁରନ୍ତ ରିପୋର୍ଟ ଦେବାକୁ ପୁନଃ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲାରେ ଏକ ମଧ୍ୟବର୍ତିକାଳୀନ ଆବେଦନ ମଧ୍ୟ ହାଇକୋର୍ଟରେ ଦାୟର୍ ହୋଇଛି । ତେବେ ଆସନ୍ତା ମଇ ୧୬ ତାରିଖରେ ମାମଲାର ପରବର୍ତି ଶୁଣାଣି ନେଇ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ବେଆଇନ ଖନନ ନେଇ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ଏହି ମାମଲା ହାଇକୋର୍ଟ ଦାୟର୍ କରାଯାଇଛି ।