ମାଲକାନଗିରି, ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳର ଜୋଡାମ୍ବ ଗ୍ରାମ ଠାରେ କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ମାଲକାନଗିରି ଆନୁକୂଲ୍ୟରେ ଏକ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ ଓ ଚିତ୍ରକୋ ଣ୍ଡା ବ୍ଲକ ଚେୟାରମ୍ୟାନ ରାଜେଶ୍ବରୀ ଖିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଏହି ସ୍ଵାସ୍ଥ୍ୟ ଶିବିରରେ ୫୧୭ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ ବଣ୍ଟନ ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା ।
ସ୍ଵାସ୍ଥ୍ୟ ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସକ ଡା ଧନେଶ୍ବର ମହାପତ୍ର, ଡ. ପ୍ରଫୁଲ୍ଲ କୁମାର ବେହେରା, କୁଡୁମୁଲୁ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଡ ସଂନ୍ତୋଷ କୁମାର ଷଡ଼ଙ୍ଗୀ, ଡ଼. ମହେଶ ପ୍ରସାଦ ପତି , ଡ. ସୌମ୍ୟ ସାମଲ, ଜୋଡାମ୍ବ ସ୍ବାସ୍ଥ୍ୟକେନ୍ଦ୍ରରୁ ଡ. ବିଜୟ କୁମାର ରାଉତଙ୍କ ସହ ବିପିଏମ ହରପ୍ରସାଦ ତାରିଣୀ ଯୋଗ ଦେଇଥିଲେ। ପଞ୍ଚାୟତ ସ୍ତରୀୟ ବହୁ ଅଧିକାରୀ ସରପଞ୍ଚ ଓ ୱାର୍ଡମେମ୍ବର ସଭ୍ୟ, ସମସ୍ତ ଆଶା, ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ ।