-
ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍
ଜୟପୁର, କୋରାପୁଟ ଜିଲ୍ଲା ସୁନାବେଡ଼ାର ଜନୈକା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଜରିମାନା ଶୁଣାଇଛନ୍ତି ଜୟପୁର ସ୍ଥିତ ଫାଷ୍ଟଟ୍ରାକ୍ ପୋକସୋ କୋର୍ଟ । ଏହା ବ୍ୟତୀତ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
୨୦୧୬ ରେ କୋରାପୁଟ ଜିଲ୍ଲା ସୁନାବେଡ଼ାର ଏହି ନାବାଳିକାଙ୍କୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରାଯାଇଥିଲା । ମାମଲା କୋର୍ଟରେ ବିଚାରାଧିନ ଥିଲା । କୋର୍ଟ ମାମଲାର ବିଚାରଣା କରି ଆଜି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।