-
ଦରଖାସ୍ତ ପ୍ରଦାନ
ପୁରୀ : ସମୁଦ୍ରରେ ସ୍ନାନ ବେଳେ ଅନେକ ପର୍ଯ୍ୟଟନ ନିଖୋଜ ହେବା ସହ ମୃତ୍ୟୁ ବରଣ କରୁଛନ୍ତି | ଯାହାଫଳରେ ପର୍ଯ୍ୟଟନମାନଙ୍କର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଜ଼ିଲ୍ଲା ବାହାରୁ ତଥା ଓଡିଶା ବାହାରୁ ଆସୁଥିବା ପର୍ଯ୍ୟଟନମାନେ ସମୁଦ୍ରରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରିଥାଆନ୍ତି | କିନ୍ତୁ ଯେଉଁଦିନ ପୂର୍ଣମୀ ବା ଅମାବାସ୍ୟା ରହୁଛି ସେଇଦିନ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହେଉଛି ଯାହାର ସୂଚନା ବାହାରୁ ଆସୁଥିବା ପର୍ଯ୍ୟଟନମାନେ ପାଇପାରୁନାହାନ୍ତି | ଯାହାଫଳରେ ଜ଼ିଲ୍ଲା ବାହାର ପର୍ଯ୍ୟଟନ ମାନେ ସମୁଦ୍ରରେ ସ୍ନାନ କରି ନିଖୋଜ ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି | ତେଣୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ସମୁଦ୍ରରେ ଲାଇଫ ଗାର୍ଡ ମୁତୟନ ସହିତ ବିପଦପୂର୍ଣ୍ଣ ସମୁଦ୍ର ଅଞ୍ଚଳରେ ସୂଚନା ଫଳକ ଲଗାଇବା ସହ କେଉଁ ସ୍ଥାନରେ ପର୍ଯ୍ୟଟନ ମାନେ ସୁରକ୍ଷିତ ସ୍ନାନ କରିପାରିବେ ସେ ସ୍ଥାନ ପ୍ରଶାସନ ପକ୍ଷରୁ ଚି଼ହ୍ନଟ କରାଯାଉ ବୋଲି ଯୁବ ଅଧିବକ୍ତା ସଂଘ ଦାବୀ କରିଛି |ଖୁବ ଶୀଘ୍ର ଏ ବିଷୟରେ ପର୍ଯ୍ୟଟନ ବିଭାଗକୁ ଅବଗତ କରିବା ସହ ସୁରକ୍ଷିତ ସ୍ଥାନ ଚି଼ହ୍ନଟ କରାଯିବ ବୋଲି ଜ଼ିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କହିଛନ୍ତି | ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ସଂଘର ଆବାହକ ଅନିଲ୍ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି, ସୁରେଶ ମହାପାତ୍ର,ରତିକାନ୍ତ ପ୍ରତିହାରୀ, ଶକ୍ତିଧର ବିଶୋଇ ଓ ପ୍ରୋଜେଶ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |