ଭୁବନେଶ୍ୱର , ମଡେଲ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଙ୍କ ନାରେ ପୋଲିସ ମାମଲା ରୁଜୁ କରିଛି । ଇନ୍େଫାସିଟି ପୋଲିସ ଥାନାରେ ଏହି ମାମଲା ରୁଜୁ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ ହୋଇଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ଜାନୁଆରୀ ୩୦ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ । ତାଙ୍କ ସୁଇସାଇଡ଼ ନୋଟରେ ସେ ତାଙ୍କ ମୃତ୍ୟୁ ପାଇଁ ସୋନାଲିଙ୍କୁ ଦାୟୀ କରିଥିଲେ । ସୌମ୍ୟଙ୍କ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଶେଷରେ ପରିବାର ପକ୍ଷରୁ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏନେଇ ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ । ଘଟଣାର ଅଢ଼େଇ ମାସ ପରେ ପୋଲିସ ଏବେ ମାମଲା ରୁଜୁ କରିଛି ।