ବିଭିନ୍ନ ସମୟରେ ଚଳନ୍ତା ଟ୍ରେନ ଉପରକୁ ପଥର ଫୋପାଡି ଅନେକ ବ୍ୟକ୍ତିବିଶେଷ ଇତିମଧ୍ୟରେ ଆହାତ ହେବା ଘଟଣା ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଜାରି ରହିଛି ପ୍ରୟାସ I ମୁଖ୍ୟତଃ ଟ୍ରେନ ଉପରକୁ ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା କେତେକ ପିଲାମାନେ ଖେଳ ହେଉ କିମ୍ବା ମଜା ନେବା ପାଇଁ ଚଳନ୍ତା ଟ୍ରେନ କୁ ପଥର ଫିଙ୍ଗିବା ଘଟଣାରେ ଫୋପାଡୁଥିବା ପଥର ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଆହତ କରିପାରେ ଏଣୁ ଏଥିପ୍ରତି ସମସ୍ତେ କ୍ଷାନ୍ତ ରହିବା ସହ ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ପିଲାମାନଙ୍କର ପିତାମାତା ମାନଙ୍କୁ ଏହି ବିଷୟରେ ଅବଗତ କରାଯାଇ ସେମାନଙ୍କ ପିଲାମାନଙ୍କୁ ରେଳଧାରଣା ନିକଟକୁ ନ ଛାଡ଼ିବାକୁ କୁହାଯାଇଅଛି I ନିକଟ ଅତୀତରେ ଘଟିଥିବା ଅନେକ ଘଟଣା ଯାତ୍ରୀ ମାନଙ୍କ ପାଇଁ ଏବେ ସଙ୍କଟ ର କାରଣ ହୋଇଥିବାରୁ ଟ୍ରେନକୁ ପଥର ଫୋପାଡୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୂର୍ବତଟ ରେଳବିଭାଗର ରହିଛି ସ୍ୱତନ୍ତ୍ର ନଜର I ରେଳବାଇ ସୁରକ୍ଷା ବଳ ଏହାର ପରିସୀମା ମଧ୍ୟରେ କେତେକ ସ୍ଥାନ କୁ ଚିହ୍ନିତ କରିଛି ଯେଉଁଠାରେ ଏହି ପଥର ଫିଙ୍ଗ ଘଟଣା ଘଟୁଛି କିମ୍ବା ଘଟି ଚାଲିଛି ସେଠାରେ ଦୃଢ ନଜର ରଖାଯାଇଛି । ଏପରିକି ଟ୍ରେନର ଯାତ୍ରୀମାନେ ମଧ୍ୟ ଯେଉଁ ମାନେ କି ପଥର ମାଡର ଶିକାର ହେଉଛନ୍ତି ସେମାନେ ଏହି ଘଟଣା ସମ୍ବନ୍ଧରେ ରେଳବାଇରେ ଅଭିଯୋଗ ଆଣୁଛନ୍ତି I ଏଥିପାଇଁ ରେଳବାଇ ପକ୍ଷରୁ ଚିହ୍ନିତ ସ୍ଥାନ ମାନଙ୍କରେ ସୁରକ୍ଷା ବଳ କର୍ମଚାରୀମାନଙ୍କ ଦ୍ୱାରା ରେଳଧାରଣା ନିକଟରେ ପ୍ରହରା ଦେଉଥିବାବେଳେ ସାଧା ପୋଷାକରେ ମଧ୍ୟ ପଥର ଫିଙ୍ଗା ଘଟଣା ସମ୍ବନ୍ଧରେ ନିରୀକ୍ଷଣ କରୁଛନ୍ତି I ଏହା ବ୍ୟତୀତ, ସାଧାରଣ ଜନତା ବିଶେଷ କରି ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ପିଲାମାନଙ୍କ ଦ୍ୱାରା ଚଳନ୍ତା ଟ୍ରେନ ଉପରେ ପଥର ଫିଙ୍ଗା ଘଟଣା ବିଷୟରେ ସଚେତନ କରାଇବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ମାସେ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଜାରି ରହିବା ସହ ଯେଉଁଥିରେ ପଥପ୍ରାନ୍ତ ନାଟକ ସହିତ ପୋଷ୍ଟର, ବ୍ୟାନର, ପାମ୍ପଲେଟ ଓ ବ୍ରୋସିୟର ମାଧ୍ୟମରେ ସଚେତନତା କରାଯାଉଅଛି Iହେଲେ ଏହାକୁ ନେଇ ସମସ୍ତେ ସାବଧାନ ରହିବା ସହ ଏଭଳି କାର୍ଯ୍ୟ କଲେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି । ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଙ୍କ ନେତୃତ୍ୱରେ ସୁରକ୍ଷା ବଳ ଦଳ ଚିହ୍ନିତ ସ୍ଥାନମାନଙ୍କରେ ଯୁବ ଗୋଷ୍ଠୀ ଓ ପିଲାମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରି ବୁଝାସୁଝା କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କେବଳ ବୁଝାସୁଝା ମାଧ୍ୟମରେ ଏହି ପଥର ଫିଙ୍ଗାରୁ ନିବୃତ ରହିବାକୁ ସଚେତନ କରାଯାଉଅଛି ଯାହା ଫଳରେ ପିଲାମାନେ ସଚେତନ ହୋଇପାରିବେ I ରେଳବାଇ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ଯୁବ ଓ ଛୋଟ ପିଲାମାନଙ୍କୁ ଚକୋଲେଟ ସହିତ ଅନ୍ୟାନ ପ୍ରଲୋଭନ ଦେଖାଇ ବୁଝାସୁଝା କରାଯାଉଅଛି ଏବେ ବେଳେ ବେଳେ ସେମାନଙ୍କର ଏହି ପ୍ରବୃତି ଚଳନ୍ତା ଟ୍ରେନରେ ଯାତାୟାତ କରୁଥିବା ନିଜ ସମ୍ପର୍କୀୟ କିମ୍ବା ପରିବାର ବର୍ଗଙ୍କର ମଧ୍ୟ ହାନି କରିପାରେ ବୋଲି ସଚେତନତା କରାଯାଉଅଛି I
ଚଳନ୍ତା ଟ୍ରେନ ଉପରକୁ ପଥର ଫିଙ୍ଗା ଘଟଣାରେ ଯାତ୍ରୀ ମାନେ ଗୁରୁତର ଆହତ ହେଉଥିବା ଘଟଣା ନଜର କୁ ଆସିଛି I ଅନେକ ଗୁଡିଏ ଯାତ୍ରୀ ଏହି ବିଷୟରେ ଅଭିଯୋଗ ଆଣିଥିବା ବେଳେ ଟ୍ରେନ ର ଶୀତତାପ ନିୟନ୍ତ୍ରିତ ବଗି ର ଝରକା କାଚ ମଧ୍ୟ ପ୍ରଭାବିତ ହେଉଅଛି I କେବଳ ଜାତୀୟ ସମ୍ପତ୍ତି ନୁହେଁ ବରଂ ଯାତ୍ରୀ ମାନଙ୍କର ଜୀବନ ମଧ୍ୟ ସଂକଟରେ ପଡିପାରେ I ଏହି ବିପଦକୁ ଦୃଢତାର ସହ ଏବଂ ନିରନ୍ତର ପ୍ରୟାସ ମାଧ୍ୟମରେ ସମସ୍ୟା ର ସମାଧାନ କରିବା ଜାରି ରଖିବୁ I ରେଳବାଇ ର ହସ୍ତଗତ ତଥ୍ୟ ଅନୁଯାଇ ୨୦୧୮ ମସିହାରେ ଭୁବନେଶ୍ୱର ଅଞ୍ଚଳରେ ୬ଟି, କଟକ ଅଞ୍ଚଳରେ ୨ଟି ଏବଂ ସମ୍ବଲପୁର ରେଳମଣ୍ଡଳ ରେ ଦୁଇଟି ଘଟଣା ସହିତ ଚଳନ୍ତା ଟ୍ରେନ ଉପରକୁ ସମୁଦାୟ ୧୦ଟି ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ୨୦୧୯ ଅଗଷ୍ଟ ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମୁଦାୟ ୧୮ଟି ଘଟଣା ଘଟିଛି ଯେଉଁଥିରେ ୪ଟି ଘଟଣା ଯାଜପୁର କେନ୍ଦୁଝର ରୋଡ଼ ଅଞ୍ଚଳରେ, ଭୁବନେଶ୍ୱର ଓ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟକ ୩ ଟି ଲେଖା ଘଟଣା ଏବଂ ନିର୍ଗୁଣ୍ଡି, ମୋଟାରି, ରମ୍ଭା, ସୋଲାରି, ବାଲୁଗାଁ, ଇଚ୍ଛାପୁରମ, ଅନୁଗୁଳ ଓ କୋରାପୁଟ ଅଞ୍ଚଳରେ ପ୍ରତେକ ଗୋଟିଏ ଲେଖାଏଁ ଘଟଣା ଘଟିଛି I ୨୦୧୮ ରେ ଜଣଙ୍କୁ ଏବଂ ୨୦୧୯ ରେ ଜଣେ ନାବାଳକ (ଜୁଭେନାଇଲ) ସମେତ ଦୁଇଜଣଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି I ଏହି ବିପଦପୂର୍ଣ୍ଣ ଘଟଣାକୁ ରୋକିବା ପାଇଁ ରେଳବାଇକୁ ସହାୟତା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ରେଳବାଇ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୮୨ କୁ ଡାଏଲ କରି ଏହି ସମ୍ବନ୍ଧରେ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ I
Related Stories
November 22, 2024