ବଲାଙ୍ଗୀର, ଲୋଇସିଂହା ବ୍ଲକ ବାଦିମୁଣ୍ଡା ଗ୍ରାମର ଧନମତି ପ୍ରଧାନ (୬୦) ଓ ପୁଇଁନ୍ତଲା ବ୍ଲକ ତଣ୍ଡାମୁଣ୍ଡା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୬୭) ସିକଲିନ ଓ ରକ୍ତାଭାବରୁ ବଲାଙ୍ଗିର ଭୀମଭୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ଅଭାବ ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ଉଭୟେ ରକ୍ତ ପାଇଁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଯୋଗାଯୋଗ କରିଥିଲେ । ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ଵରେ ମହିମୁଣ୍ଡା ଗ୍ରାମର ଯୁବ ସଦସ୍ୟ ବିଶ୍ଵନାଥ ବିଶ୍ଵାଳ ଓ ତଣ୍ଡାମୁଣ୍ଡା ଗ୍ରାମର ସୁଧିର କୁମାର ପ୍ରଧାନ ଆସି ରକ୍ତଦାନ କରି ଉଭୟଙ୍କ ଜିବନ ବଞ୍ଚାଇଥିଲେ । ରକ୍ତଦାନ ଭଳି ମହତ କାମ କରିଥିବାରୁ ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବିଶ୍ଵନାଥ ଓ ସୁଧିରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Related Stories
November 22, 2024