
-
ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ
ଢ଼େଙ୍କାନାଳ, ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ଘଟିଯାଇଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନୃପତି ନାୟକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବନ୍ଧୁକ ଓ ଖଣ୍ଡା ଆଦି ମାରଣାସ୍ତ୍ର ଜବତ ହୋଇଛି ।
ପ୍ରକାଶ ଥାଉକି, ପୋଖରୀ ଖୋଳାକୁ କେନ୍ଦ୍ର କରି ଗତ ୧୭ ତାରିଖରେ ଏହି ଗୁଳିକାଣ୍ଡ ସଂଗଠିତ ହୋଇଥିଲା । ଘଟଣାରେ ପୂର୍ବରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ସଦର ଥାନା ପୋଲିସ । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ନୃପତି ନାୟକର ବାପା ଅଭିମନ୍ୟୁ ନାୟକ ଓ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ବେଣୁ ନାୟକ ।