ଭୁୁବନେଶ୍ୱର, ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକ ନିକଟରେ ଦୀର୍ଘ ବର୍ଷ ଧରି ଥିବା ତାରିଣୀ ମନ୍ଦିର ମାଟିରେ ମିଶିଛି । ବିଡିଏ, ବିଏମସି ଏନଫୋର୍ସମେଂଟ ଟିମ୍ ଦ୍ୱାରା ତାରିଣୀ ମନ୍ଦିରକୁ ଉଚ୍ଛେଦ କରାଯାଇଛି ।
ବୁଧବାର ଦିନ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ରାସ୍ତା ପ୍ରଶସ୍ତ ପାଇଁ ଉଚ୍ଛେଦ ଚାଲିଥିଲା । ଏଥିରେ ବିଏମ୍ସି ଓ ବିଡିଏର ଏନଫୋର୍ସମେଂଟ ଟିମ୍ ନିୟୋଜିତ ଥିଲେ । ଏହି କ୍ରମରେ ମାଷ୍ଟରକ୍ୟାଂଟିନ୍ ଛକ ନିକଟରେ ଥିବା ତାରିଣୀ ମନ୍ଦିର ମଧ୍ୟ ଭଙ୍ଗା ଯାଇଛି । ଉଚ୍ଛେଦ ବେଳେ କିଛି ବ୍ୟବସାୟୀ ଓ ମନ୍ଦିର ପୂଜକମାନେ ବିରୋଧ କରିଥିଲେ ।ଏପିରିକି କିଛି ସମୟ ପାଇଁ ଚାପା ଉତେଜନା ଲାଗିରହିଥିଲା ।