
ସାନଖେମୁଣ୍ଡି: ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସାହସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସରକାରଙ୍କ ଦ୍ଵାରା ପ୍ରଚଳିତ ୫-ଟି ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମ ‘ ଡାକ୍ତରଖାନା ମୋ ଗର୍ବ ‘ ଅନୁଷ୍ଠିତ ହୋଇଯାଇଅଛି l ପ୍ରଶାସନ ଜନ ସାଧାରଣଙ୍କ ସହଭାଗିତା ଓ ସମନ୍ବୟରେ ଯୋଜନାକୁ ସଫଳ ରୂପାୟନ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକର୍ମୀ ,ଆଶାକର୍ମୀ , ନିର୍ବାଚିତ ଅଞ୍ଚଳ ଜନ ପ୍ରତିନିଧିଙ୍କ ସହ ଅଞ୍ଚଳ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ଡା.ଅଭିଷେକ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ,ସରପଞ୍ଚ ପ୍ରତିନିଧି ଶ୍ରୀ କାଳୁ ରାଉତଙ୍କ ସହ ସମ୍ମାନିତ ଅତିଥି ଭାବେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରି ଟେଣ୍ଡେଣ୍ଡ ଡ଼ା. ତପନ କୁମାର ମଲ୍ଲ ଯୋଗଦେଇ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଚାର୍ଯ୍ୟଙ୍କ ସହ ସଂଜୁକ୍ତା ପାଣିଗ୍ରାହୀ, ଫାର୍ମାସିଷ୍ଟ ଯଜ୍ଞ ନାରାୟଣ ସାହୁ ପ୍ରମୁଖଙ୍କ ସହ ରୋଗ କଲ୍ୟାଣ ସମିତିରୁ ଶ୍ରୀମତୀ କେ. ସାକିଲି ପାତ୍ର ,ଲିଙ୍ଗରାଜ ରାଉଳ , ଶିକ୍ଷକ ସୁଧାଂଶୁ ପଟ୍ଟନାୟକ ସ୍ବେଚ୍ଛାସେବୀ ଗୋପାଳ ରାଉତ ଯୋଗ ଦେଇଥିଲେ l