ଭୁୁବନେଶ୍ୱର, ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ ବା ଓଏଚଆରସି । ମାମଲା ରୁଜୁ ସହ ଘଟଣା ସଂପର୍କରେ ବିସ୍ତୃତ ବିବରଣୀ ଦେବାକୁ ପୋଲିସ କମିଶନରଙ୍କୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତୀ ଶୁଣାଣି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ।
ଏହି ଘଟଣାରେ ଗତକାଲି ତଦନ୍ତକାରୀ ଅଧିକାରୀ ଏସ୍କେ ବେହେରାଙ୍କୁ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ଜିଲ୍ଲା ଏଚଆରପିସି ସହ ସଂପୃକ୍ତ ଜଣେ ଇନ୍ସପେକ୍ଟର ରାଙ୍କର ଅଧିକାରୀ ଏହି ମୃତ୍ୟୁ ମାମଲାର ତଦନ୍ତ କରିବାକୁ କୁହାଯାଇଥିଲା ।ଏହାର ତଦାରଖ ଜଣେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ କରିବେ ।
ତିନି ଦିନ ତଳେ ଚୋରି ଅଭିଯୋଗରେ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ୍ । ତେବେ ପୋଲିସ୍ ହେପାଜତରେ ତାଙ୍କ ମୃତ୍ୟୁ ହୋଇଥିଲା